ପିଏଫଆଇକୁ ଝଟକା, ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଳୁରୁ: ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆଦବେନ ଖାରଜ । କର୍ଣ୍ଣାଟକ ହାଇକୋର୍ଟ ମାମଲାର ଶୁଣାଣି କରି ଦାୟର ହୋଇଥିଲା ଆବେଦନକୁ ଖାରଜ କରିଛନ୍ତି । ପିଏଫଆଇ ସଦସ୍ୟ ନାସିର ପାସାଙ୍କ ଦ୍ବାରା ଉଚ୍ଚ ଅଦାଲତରେ ଦାୟର ହୋଇଥିଲା ଯାଚିକା। ଜଷ୍ଟିସ୍ ଏମ୍ ନଗପ୍ରସନ୍ନା ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ସଦସ୍ୟ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ନେଇ ଅଭିଯୋଗ ପରେ କେନ୍ଦ୍ର ସରକାର  ତତ୍କାଳ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ନେଇ ପିଏଫଆଇ ସଦସ୍ୟ କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କେନ୍ଦ୍ର ସରକାର ପିଏଫଆଇ ଉପରେ ତତ୍କାଳ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏଥିରେ ପିଏଫଆଇକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ। ଆତଙ୍କବାଦକୁ ଯୋଡି ମିଛରେ ପାର୍ଟି ଉପରେ ଦୋଷ ଲଦାଯାଉଛି ବୋଲି କହିଥିଲେ ।

Leave A Reply

Your email address will not be published.