ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟରେ ବି ଗୁପ୍ତ ଟେଣ୍ଡର

ଯାଜପୁର: ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟରେ ବି ଗୁପ୍ତ ଟେଣ୍ଡର। ରଙ୍ଗବୋଳି ଅସାଧୁମେଣ୍ଟ ଅନୁଦାନ ହରିଲୁଟ୍‌ କରିବାରେ ଲାଗିଛନ୍ତି। କେଉଁଠି ପାଚେରି ଭୁଶୁଡ଼ିଯାଉଛି ତ ଆଉ କେଉଁଠି କଳାପଟା ନଥିବାରୁ କବାଟରେ ପ୍ରଶ୍ନ ଲେଖାଯାଉଛି। ଏଭଳି ଚିତ୍ର ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲାର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟରେ। ଯାଜପୁର ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ୨୬୦ ବିଦ୍ୟାଳୟର ରୂପାନ୍ତରୀକରଣ କରାଯାଇଛି। ପ୍ରତି ସ୍କୁଲ୍‌ ବାବଦକୁ ୬୦ ଲକ୍ଷ ଟଙ୍କା ହିସାବରେ ମୋଟ ୧୫୬କୋଟି ଟଙ୍କା ଓମବାଡ୍‌ସିରୁ ବ୍ୟୟ କରାଯାଇଛି। ଏତେ ପରିମାଣର ଅର୍ଥ ବ୍ୟୟ କରାଯାଉଥିବା ବେଳେ ଖୋଲା ଟେଣ୍ଡର କରାଯାଇ ନାହିଁ। ବିଭାଗ ନାମରେ ଦର୍ଶାଇ ଠିକାଦାର ମାଧ୍ୟମରେ କାମ କରାଯାଉଛି। ସରକାରୀ ନିୟମ ଅନୁଯାୟୀ ଖୋଲା ଟେଣ୍ଡର ହୋଇଥିଲେ ୧୪.୯୯ ପ୍ରତିଶତ ଅର୍ଥ କମ୍‌ ବାବଦକୁ ୨୩କୋଟି ୩୮ଲକ୍ଷ ଟଙ୍କା ବଞ୍ଚିଥା’ନ୍ତା। ଅସାଧୁମେଣ୍ଟ ବିଭାଗୀୟ କାମ ଦର୍ଶାଇ ଗୁପ୍ତଟେଣ୍ଡର ମାଧ୍ୟମରେ କାମ କରିବାରୁ ସରକାର କ୍ଷତି ସହୁଛନ୍ତି। ଏପରିକି ୧୦ ଲକ୍ଷ ଟଙ୍କାରୁ ଅଧିକ କାମକୁ ଭାଗଭାଗ କରି ଅସାଧୁ କାରବାରକୁ ଜିଲ୍ଲା ପ୍ରଶାସନ ଉତ୍ସାହିତ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.