ମୈନପୁରୀରେ ସମାଜବାଦୀ ପାର୍ଟିର ସାଇକେଲ ନା ଯୋଗୀଙ୍କ ବୁଲଡୋଜର, ଜାଣନ୍ତୁ କିଏ କେତେ ଆଗରେ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ପୂର୍ବତନ ମୂୁଖ୍ୟମନ୍ତ୍ରୀ ମୁଲାୟମସିଂ ଯାଦବଙ୍କ ଦେହାନ୍ତ ପରେ ତାଙ୍କ ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଉଛି । ଏହି କ୍ରମରେ ସେଠାରେ ପ୍ରାର୍ଥୀ ହୋଇଥିବା ସମାଜବାଦୀ ପାର୍ଟିର ନେତା ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡମ୍ପଲ ଯାଦବ ବଡ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛନ୍ତି । ସଦ୍ୟ ସୂଚନା ମୁତାବକ ଏଠାରେ ବିଜେପି ପ୍ରାର୍ଥୀ ରଘୁରାଜସିଂ ଶାକ୍ୟଙ୍କ ଠାରୁ ପାଖାପାଖି ୧ ଲକ୍ଷ ଭୋଟରେ ଆଗୁଆ ଅଛନ୍ତି । ଏପର୍ଯ୍ୟନ୍ତ ଡିମ୍ପଲଙ୍କୁ ୨୨୮୦୫୯ ଖଣ୍ଡ ଭୋଟ ମିଳିଥିବା ବେଳେ ରଘୁରାଜଙ୍କୁ ୧୨୭୮୧୨ ଖଣ୍ଡ ଭୋଟ ମିଳିଛି । ମୈନପୁରୀ ଲୋକସଭା ଆସନରେ ହୋଇଥିବା ମତଦାନ ପରେ ଆଜି ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.