ଜୀବନ ଯୁଦ୍ଧ ହାରିଗଲା ତନ୍ମୟ  

 ଜୀବନ ଯୁଦ୍ଧ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ । ଆଜି ସକାଳୁ ଏହି ଦୁଃଖଦ ଖବର ମିଳିଛି । ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସହ ତନ୍ମୟକୁ ଉଦ୍ଧାର କରାଯିବା ପରେ ବି ବଞ୍ଚିପାରିନାହିଁ ତନ୍ମୟର ଜୀବନ । ବିତୁଲ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛନ୍ତି । ଉଦ୍ଧାର ପରେ ତନ୍ମୟର ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି । ଏହାପରେ ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ସୂଚନା ମୁତାବକ, ତନ୍ମୟ ଯେଉଁ ସ୍ଥାନରେ ବୋରୱେଲରେ ଫଶିଥିଲା, ସେଠାରେ ପଥର ଛଟାଣ ଉଦ୍ଧାର କାର୍ଯ୍ୟରେ ବାଧକ ସାଧିଥିଲା । ମେଡିକାଲ ଟିମ୍ ଓ ରେସ୍କୁୃ୍ୟ ଟିମ୍ ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ଉଦ୍ଧାର କାର୍ଯ୍ୟରେ ଅଧିକ ସମୟ ଯୋଗୁଁ ଅଣନିଃଶ୍ୱାସୀ ହୋଇ ତନ୍ମୟର ମୃତ୍ୟୁ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.