କଟକ ମୁହାଁ ହାତୀପଲ ଜଙ୍ଗଲକୁ ଫେରିଲେ

କଟକ: ଜଙ୍ଗଲକୁ ଫେରିଲେ ହାତୀପଲ। ଗତକାଲି ସନ୍ଧ୍ୟାରେ କଟକ ସହର ନିକଟ ମହାନଦୀ ପଠାରେ ୧୬ ଟିକିଆ ହାତୀପଲ ଦେଖିବାକୁ ମିଳିଥିଲା। ଏହି ହାତୀପଲ ହାଡିଆପଠା ପର୍ଯ୍ୟନ୍ତ ଚାଲିଆସିଥିଲେ। ରାତିସାରା ଜଙ୍ଗଲ କର୍ମଚାରୀମାନେ ଉଦ୍ୟମ କରି ହାତୀପଲକୁ ଜଙ୍ଗଲ ମୁହାଁ କରିଥିଲେ। ଏହି ହାତୀପଲ ନୂଆପାଟଣା ଦେଇ ଆଠଗଡ ବଉଳ ଜଙ୍ଗଲକୁ ଫେରିଥିବା ଜଣାପଡିଛି। ଗତକାଲି ସନ୍ଧ୍ୟାରେ ଧବଳେଶ୍ବର ପଟୁ ମହାନଦୀ ପାର ହୋଇ ହାତୀପଲ କଟକ ସହର ମୁହାଁ ହୋଇଥିଲେ। ହାତୀପଲ ଆସୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ।

Leave A Reply

Your email address will not be published.