ରେଲୱେ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା ଧମକ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୋଡ଼ ରେଲୱେ ଷ୍ଟେସନରୁ ପ୍ରତ୍ୟହ ବହୁ ସାମଗ୍ରୀ ପରିବହନ ହେଉଛି। ହେଲେ, ଏଥିରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ କାରବାର ହେଉଥିବା ଅଭିଯୋଗ ହେଉଛି। ରେଳ ବିଭାଗର ନିୟମ ଅନୁସାରେ, ସାମଗ୍ରୀ ରପ୍ତାନୀ କରିବା ଏଜେନ୍ସିକୁ ମାଲବାହୀ ରେଳଗାଡ଼ିର ନିର୍ଦ୍ଧାରିତ ସମୟ ସୀମା ଭିତରେ ମାଲ୍‌ଲୋଡିଂ ଅନ୍‌ଲୋଡିଂ ପାଇଁ ଭଡ଼ା ଦେବାକୁ ପଡ଼ିଥାଏ। ସେହି ଅନୁସାରେ ଜୁନାଗଡ଼ ରୋଡ଼ ରେଲୱେ ଷ୍ଟେସନରେ ମାଲବାହୀ ରେଳଗାଡ଼ି ପହଞ୍ଚିବା ପରଠାରୁ ରେଲ ୱାଗନରେ ସାମଗ୍ରୀ ଲୋଡିଂ ହେବାପରେ ଷ୍ଟେସନ ଛାଡ଼ିବା ସମୟ ହିସାବରେ ରେଳଗାଡ଼ି ଭଡ଼ା ନିର୍ଦ୍ଧାରଣ କରାଯାଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ହେଲେ, ନିର୍ଦ୍ଧାରିତ ସମୟରେ ରେଳଗାଡ଼ିକୁ ଜୁନାଗଡ଼ ରେଳ ଷ୍ଟେସନରୁ ଛାଡ଼ିବା ପରିବର୍ତ୍ତେ ବହୁ ସମୟ ପରେ ଛଡ଼ା ଯାଉଥିବା ଏବଂ ସେହି ସମୟରେ ବେଆଇନ ଭାବରେ ମାଲ୍‌ ପରିବହନ କରାଯାଉଛି। ଟ୍ରକ୍‌ରେ ନିର୍ଦ୍ଧାରିତ ଓଜନଠାରୁ ଯଥେଷ୍ଟ ଅଧିକ ସାମଗ୍ରୀ ପରିବହନ କରାଯାଇ ରେଳ ୱାଗନ୍‌ରେ ପରିବହନ କରାଯାଉଥିବା ବେଳେ ସେସବୁର ତଦାରଖ ପାଇଁ କେହି ନଥିବାର ସୁଯୋଗ ନେଇ ସମ୍ପୃକ୍ତ ଠିକାଦାର, ମାଲ ପରିବହନକାରୀ ଏଜେନ୍ସି ସହ ରେଳ ବିଭାଗର କେତେକ ଅସାଧୁ କର୍ମଚାରୀ ମାଲେମାଲ ହେଉଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.