ଦିଲ୍ଲୀ ବିମାନ ବନ୍ଦର ପରିଦର୍ଶନ କଲେ ବିମାନ ଚଳାଚଳମନ୍ତ୍ରୀ

ନୂଆଦିଲ୍ଲୀ: ମାତ୍ରାଧିକ ଜନଗହଳି ଓ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଭିଯୋଗ ଚାଲିଥିବା ବେଳେ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସନ୍ଧିଆ ଅପ୍ରତ୍ୟାଶିତ ଭାବେ ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ର ୩ ନମ୍ବର ଟର୍ମିନାଲ୍‌ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ସିନ୍ଧିଆ ଅପ୍ରତ୍ୟାଶିତ ଭାବେ ଦିଲ୍ଲୀ ବିମାନ ବନ୍ଦରର ଟର୍ମିନାଲ୍‌-୩ ପରିଦର୍ଶନରେ ଯାଇ ପାରନ୍ତି ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ଦେଶର ପ୍ରମୁଖ ବିମାନ ବନ୍ଦରଗୁଡ଼ିକର ଅଧିକାରୀ ଓ ପରିଚାଳନା ବୋର୍ଡର ବୈଠକ କରିବାର କିଛି ଦିନ ପରେ ଆଜି ମନ୍ତ୍ରୀ ସିନ୍ଧିଆ ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ ବୁଲି ଯାଇଥିଲେ। ବିମାନ ବନ୍ଦରମାନଙ୍କରେ ମାତ୍ରାଧିକ ଗହଳି, କର୍ମଚାରୀ ଅଭାବ ଓ ଜନଗହଳି ଯୋଗୁଁ ବିଳମ୍ବ ହେଉଥିବା ଅଭିଯୋଗ ଆସିବା ପରେ ଉକ୍ତ ବୈଠକ ଡକାଯାଇଥିଲା।

Leave A Reply

Your email address will not be published.