ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଟିପ୍ପଣୀ ଦେଲେ , ୪୮ ଘଣ୍ଟା ନପୁରୁଣୁ ଗିରଫ ହେଲେ କଂଗ୍ରେସ ନେତା ରାଜା ପଟେରିୟା 

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିୟାଙ୍କୁ ଗିରଫ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବା ନେଇ  ବିବାଦୀୟ ଟିପ୍ପଣୀ ଦେଇଥିଲେ ରାଜା । ତାଙ୍କର ଟିପ୍ପଣୀକୁ ନେଇ ରାଜନୀତିକ ମହଲରେ ଝଡ ସୃଷ୍ଟି ହେବା ପରେ ନିଜର ଭୁଲକୁ ସ୍ୱୀକାର କରିବା କ୍ରମରେ , କହିବା ଫ୍ଲୋରେ ପାଟିରୁ ଏପରି ବାହାରିଯାଇଥିବା ସଫେଇ ଦେଇଥିଲେ ରାଜା ପଟେରିୟା । ତଥାପି ତାଙ୍କୁ ଆଜି ସକାଳ ସାଢେ ୫ଟାରେ ମଧ୍ୟପ୍ରଦେଶ ଦମୋହ ହଟ୍ଟାରୁ ଗିରଫ କରାଯାଇଛି । ସୂଚନା ମୁତାବକ, ରବିବାର ପାନ୍ନାରେ କଂଗ୍ରେସର ଏକ କାର୍ୟ୍ୟକ୍ରମ ଚାଲିଥିଲା । ଏହି ସଭାରେ କର୍ମୀଙ୍କ ସହ ଆଲୋଚନା କରିବା ବେଳେ ରାଜା ପଟେରିଆ କହିଥିଲେ, ମୋଦୀ ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରୁଛନ୍ତି । ଯଦି ଆପଣମାନେ ସମ୍ବିଧାନ ବଂଚାଇବାକୁ ଚାହୁଁଛନ୍ତି, ତେବେ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ । ହେଲେ ଏପରି ଟିପ୍ପଣୀ ପ୍ରକୃତରେ ମୋଦୀଙ୍କୁ ହତ୍ୟା କରିବା ପାଇଁ ଅର୍ଥରେ ନୁହେଁ ବରଂ ତାଙ୍କ ଶାସନକୁ ମାତ୍ ଦବା ଅର୍ଥରେ କହିଥିଲେ । ହେଲେ ଏଭଳି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା । ଘଟଣାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ  ସିଂ ଚୌହ୍ୱାନ ନିନ୍ଦା କରିଥିଲେ । ସେହିପରି ଗୃହମନ୍ତ୍ରୀ ନରୋତମ ମିଶ୍ର ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । କଂଗ୍ରେସ ମହାତ୍ମାଗାନ୍ଧୀଙ୍କୁ ନୁହେଁ ବରଂ ଫାଶୀବାଦୀ ଚିନ୍ତାଧାରା ରଖିଥିବା ମୁସୋଲିନିକୁ ଅନୁସରଣ କରୁଛି ବୋଲି ସେ କହିଥିଲେ ।  

Leave A Reply

Your email address will not be published.