ବ୍ୟସ୍ତ ସଡ଼କ ମଧ୍ୟରେ ନିଜକୁ ‘ଫାଶୀ’ ଦେଲେ କି ଇରାନ ଯୁବତୀ  ?

ତେହେରାନ : ଇରାନ ସରକାର ଆନ୍ଦୋଳନକାରୀଙ୍କୁ ସର୍ବସମ୍ମୁଖରେ ଫାଶୀ ଦେଉଥିବାରୁ ଦେଶରେ ଅସନ୍ତୋଷ ଆହୁରି ବଢିଯାଇଛି । ଲୋକମାନ ଇରାନ ସରକାରଙ୍କ ଏହି ଦମନକୁ ଡରିବା ବଦଳରେ ଆନ୍ଦୋଳନକୁ ଆହୁରି ତୀବ୍ର କରିଦେଇଛନ୍ତି । ଇରାନର ସହର ମସାଦରେ ଜଣେ ଯୁବତୀ ଅତ୍ୟନ୍ତ ସାହାସର ଏକ ଅଭିନବ ପ୍ରଦର୍ଶନ କରିଛନ୍ତି । ସେ ସହରର ଏକ ଜନଗହଳିପୂର୍ଣ୍ଣ ରାସ୍ତା ମଝିରେ ବିନା ହିଜାବରେ ଛିଡ଼ା ହୋଇ ବେକରେ ଏକ ରସି ପକାଇ ସାଂକେତିକ ଭାବେ ଫାଶୀର ପ୍ରଦର୍ଶନ କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହୋଇଯାଇଛି । ସଂପୃକ୍ତ ଯୁବତୀଙ୍କ ନାଁ ଜଣାପଡ଼ିନାହିଁ  । ଗତ କିଛି ଦିନ ମଧ୍ୟରେ ଇରାନ ସରକାର ୨ ଜଣ ଆନ୍ଦୋଳନରକାରୀଙ୍କୁ ସର୍ବସମୁଖରେ ଫାଶୀ ଦେଇଛନ୍ତି । ସେମାନଙ୍କ ନାଁ ମେହସିନ ସେକାରି ଓ ମାଜିଦ୍ ରେଜା ରାହନାବାଡ୍ ବୋଲି ଜଣାପଡ଼ିଛି । ଉଭୟଙ୍କ ବୟସ ୨୫ ବର୍ଷରୁ କମ ହେବ । ଇରାନ ସରକାର ଆଗାମୀ ଦିନରେ ଆଉ କିଛି ଆନ୍ଦୋଳନକାରୀଙ୍କୁ ଫାଶୀ ଦେବାର ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ଇରାନର କୋର୍ଟ ମୋଟ ୬ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏଣୁ ଆଗାମୀ ଦିନରେ ଆହୁରି କିଛି ଲୋକଙ୍କୁ ଫାଶୀ ଦିଆଯାଇପାରେ । ଇରାନ ସରକାରଙ୍କ ଏପରି ବର୍ବର କାଣ୍ଡକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । କିନ୍ତୁ ଏହାକୁ ନିଜର ଅନ୍ତରୀଣ ମାମଲା ବୋଲି କହୁଛି ତେହେରାନ ।

Leave A Reply

Your email address will not be published.