କୁଲଦୀପଙ୍କୁ ୫ ୱିକେଟ, ବାଂଲାଦେଶ ୧୫୦ ରନରେ ଅଲଆଉଟ

ଢାକା: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଜଲୱା ଦେଖିବାକୁ ମିଳିଛି। କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ତା’ର ପ୍ରଥମ ଇନିଂସରେ କେବଳ ୧୫୦ ରନ କରିବାକୁ ସକ୍ଷମ ହୋଇଛି। ଏପରି କି ଘରୋଇ ଟିମ ପ୍ରଥମ ଇନିଂସରେ ଫଲୋଅନ ଖାଇଛି।ପ୍ରଥମ ଇନିଂସ ଭାରତ ୪୦୪ ରନ କରିଥିଲା। ବାଂଲାଦେଶ ୧୫୦ ରନରେ ଅଲଆଉଟ ହେବାରୁ ଦଳକୁ ପ୍ରଥମ ଇନିଂସରେ ୨୫୪ ରନର ଲିଡ୍‌ ମିଳିଛି। ସେହିପରି ବାଂଲାଦେଶ ପ୍ରଥମ ଇନିଂସରେ ଫଲୋଅନ ଖାଇଥିଲେ ମଧ୍ୟ ଭାରତ ପୁଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ପାଖରେ ୨୫୪ ରନର ଲିଡ୍‌ ବର୍ତ୍ତମାନ ସୁଦ୍ଧା ରହିଛି। ତେଣୁ ଦ୍ୱିତୀୟ ଇନିଂସରେ ଦ୍ରୁତଗତିରେ ରନ କରି ବାଂଲାଦେଶକୁ ବଡ଼ ଟାର୍ଗେଟ ଦେବା ଲକ୍ଷ୍ୟରେ ଦଳ ରହିଛି। ବୁଧବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୪୦୪ ରନ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ପ୍ରଥମ ଇନିଂସ ଆରମ୍ଭ କରିଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ବିଶେଷ କରି ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଆଗରେ ବାଂଲାଦେଶ ବ୍ୟାଟିଂ ଲାଇନ ଅପ୍‌ ଛିନଛତ୍ର ହୋଇଯାଇଥିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୮ ୱିକେଟ ହରାଇ ମାତ୍ର ୧୩୩ ରନ କରିଥିଲା।

Leave A Reply

Your email address will not be published.