ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ କମଲ ହାସନ  

ନୂଆଦିଲ୍ଲୀ: ଲୋକପ୍ରିୟ ହେଉଛି ଭାରତ ଯୋଡ଼ୋ ଯାତ୍ରା। ସମାଜର ବିଭିନ୍ନ ବର୍ଗର ଲୋକେ ଏହି ଯାତ୍ରାରେ ସାମିଲ ହେଥିବା ବେଳେ  ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି ଯାତ୍ରାରେ ଯୋଗ ଦେଉଛନ୍ତି। କଳା, ସାହିତ୍ୟ, ଅର୍ଥନୀତି, ସିନେମା ଏମିତି ବିଭିନ୍ନ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ବ୍ୟକ୍ତିମାନେ ରାହୁଲ ଗାନ୍ଧିଙ୍କ ସହ ପଦଯାତ୍ରାରେ ଚାଲୁଛନ୍ତି। ଗତ ସପ୍ତାହରେ  ପୂର୍ବତନ ଆର୍‌ବିଆଇ ଗଭର୍ଣ୍ଣର ରଘୁରାମ ରାଜନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେଇଥିଲେ । ସେହିପରି ଅଭିନେତା ତଥା ରାଜନେତା କମଲ ହାସନ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଡିସେମ୍ବର ୨୪ରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଦିଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗଦେବେ। କମଲଙ୍କ ଦଳ ମକ୍କାଲ ନିଧି ମୟମଙ୍କ ଅନୁଯାୟୀ, ସୁପରଷ୍ଟାର କମଲ ହାସନଙ୍କୁ ରାହୁଲ ଏହି ଯାତ୍ରାରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଭାରତ ଯୋଡା ଯାତ୍ରା ଡିସେମ୍ବର ୨୪ରେ ଦିଲ୍ଲୀରେ ପ୍ରବେଶ କରିବ। ପ୍ରାୟ ଆଠ ଦିନର ବିରତି ପରେ ଏହା ଆସନ୍ତା ମାସରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିବା ପୂର୍ବରୁ ଭାଜପା ନେତୃତ୍ୱାଧୀନ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବକୁ ଯିବ। ନିକଟରେ ଏହି ଯାତ୍ରା ୧୦୦ ଦିନ ପୂରଣ କରିଛି। କଂଗ୍ରେସ ଏକ ସଫଳତା ବୋଲି କହିଛି। କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତାମିଲନାଡୁ, କେରଳ, କର୍ନାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର କରି ଆଠଟି ରାଜ୍ୟକୁ ଛୁଇଁସାରିଲାଣି।

Leave A Reply

Your email address will not be published.