ମେସି ମ୍ୟାଜିକ୍‌, ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ: ପୂରା ହେଲା ମେସିଙ୍କ ସ୍ୱପ୍ନ। ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ଚାଲିଲା ମେସି ମ୍ୟାଜିକ୍। ପେନାଲଟି ସୁଟ ଆଉଟରେ ୪-୨ରେ ବାଜି ମାରିଛି ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା। ନିର୍ଦ୍ଧାରିତ ସମୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ ବରାବର ଥିଲା।ପରବର୍ତ୍ତୀ ସମୟରେ ୩-୩ ବରାବର ପରେ ସୁଟଆଉଟ୍‌ରେ ଫଇସଲା ହୋଇଥିଲା। ପେନାଲଟି ସୁଟଆଉଟରେ ୪-୨ରେ ବାଜି ମାରି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଛି ଆର୍ଜେଣ୍ଟିନା। ପ୍ରଥମ ହାଫ୍‌ରେ ଆର୍ଜେଣ୍ଟିନା ଦମଦାର ପ୍ରଦର୍ଶନ କରିଥିଲା ଆର୍ଜେଣ୍ଟିନା। ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ୨୩ତମ ମିନିଟ୍‌ରେ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ ଆର୍ଜେଣ୍ଟିନାର ଷ୍ଟାର ତାରକା ଲିଓନେଲ୍ ମେସି। ଏହାପରେ ମ୍ୟାଚର ୩୬ତମ ମିନିଟ୍‌ରେ ଗୋଲ୍ କରି ଅଗ୍ରଣୀ ବଢ଼ାଇଥିଲେ ଡି ମାରିଆ। ମଧ୍ୟାନ୍ତର ସୁଦ୍ଧା ୨-୦ରେ ଅଗ୍ରଣୀ ଥିଲା ଆର୍ଜେଣ୍ଟିନା। ତେବେ ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ।

Leave A Reply

Your email address will not be published.