କ୍ୟାପିଟାଲ ହିଂସା ପାଇଁ ଟ୍ରମ୍ପଙ୍କୁ ଦାୟୀ କଲା ତଦନ୍ତ କମିଟି

ୱାଶିଂଟନ୍‌: ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ। ଗତବର୍ଷ ଜାନୁଆରୀ ୬ ତାରିଖରେ ଆମେରିକାର କ୍ୟାପିଟାଲ ବିଲ୍ଡିଂ ପରିସରେ ହୋଇଥିବା ହିଂସା ମାମଲାରେ ଟ୍ରମ୍ପଙ୍କୁ ଦାୟୀ କରିଛି ତଦନ୍ତ କମିଟି। ବର୍ତ୍ତମାନ ବୁଧବାର ଜଷ୍ଟିସ୍ କମିଟି ଏହା ଉପରେ ଚୂଡାନ୍ତ ରିପୋର୍ଟ ପ୍ରକାଶ କରିବେ। ଏହି ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତ କମିଟି ସୋମବାର ଏହାର ଅନ୍ତିମ ଶୁଣାଣି କରିଥିଲା। ଏହି ତଦନ୍ତ ପ୍ୟାନେଲର ଉପାଧ୍ୟକ୍ଷ ଲିଜ୍ ଚେନି କହିଛନ୍ତି, ଏହି ମାମଲାରେ ଯେଉଁ ସବୁ ପ୍ରମାଣ ମିଳିଛି ତାହା ଟ୍ରମ୍ପଙ୍କ ଦ୍ୱାରା ହୋଇଥିବା ନୈତିକ ବିଫଳତା ଆଡକୁ ଇସାରା କରୁଛି । ଏହି ଘଟଣା ପାଇଁ ଡୋନାଲ୍ଡ ଟ୍ରମ୍ପ ହିଁ ଦାୟୀ। ହିଂସା ଘଟୁଥିବା ବେଳେ ସେ କାହିଁକି ହସ୍ତକ୍ଷେପ କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.