ବର୍ଦି ପିନ୍ଧି ଠୁମ୍‌କା ଲଗାଇଲେ ଥାନା ବାବୁ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଚାଲିଛି ଫଙ୍କସନ୍‌, ବାଜୁଛି ଡିଜେ। ମ୍ୟୁଜିକର ତାଳେ ତାଳେ ଠୁମ୍‌କା ଲଗାଉଛନ୍ତି ଥାନା ବାବୁ। ସେ ପୁଣି ପୂରା ପୁଲିସ ପୋଷାକ ପିନ୍ଧି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେରା ବାଲମ ଥାନେଦାର୍‌… ଗୀତରେ ଧୁମ୍ ନାଚିଲେ ପୁଲିସ ବାବୁ। ଦିଲ୍ଲୀର ନାରାୟଣ ଥାନା ଏସ୍‌ଏଚ୍‌ଓଙ୍କ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି। ଏକ ପାରିବାରିକ କାର୍ଯ୍ୟକ୍ରମରେ ପୁଲିସ ବାବୁ ଜଣକ ଯୋଗ ଦେଇ ଧୁମ ନାଚିଛନ୍ତି। ତାଙ୍କ ସହ ଅନ୍ୟ ପୁଲିସ କର୍ମୀମାନେ ମଧ୍ୟ ଡ୍ୟାନ୍ସ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। କୁହାଯାଉଛି, ନାରାୟଣ ଥାନା ଏସ୍‌ଏଚ୍‌ଓ ଶ୍ରୀନିବାସଙ୍କ ପରିବାରରେ ଏକ ରିଙ୍ଗ ସେରେମୋନିି କାର୍ଯ୍ୟକ୍ରମ ଚାଲିଥିଲା। ଏଥିପାଇଁ ସେ ନିଜ ଡ୍ୟୁଟିରୁ ଛୁଟି ମଧ୍ୟ ନେଇଥିଲେ। ତେବେ ଏହି ଫଙ୍କସନରେ ପୁଲିସ ପୋଷାକ ପିନ୍ଧି ଯୋଗ ଦେଇଥିଲେ ଶ୍ରୀନିବାସ। ବର୍ଦି ପିନ୍ଧି ସେ ନାଚିଥିଲେ। ତାଙ୍କ ସହ ଅନ୍ୟ ଷ୍ଟାଫମାନେ ମଧ୍ୟ ପୁଲିସ ପୋଷାକରେ ଉପସ୍ଥିତ ଥିଲେ। ତେବେ ଥାନା ବାବୁ ଜଣକ ଗୀତରେ ଏତେ ହଜି ଯାଇଥିଲେ ଯେ, ବର୍ଦିର ମର୍ଯ୍ୟାଦା ଭୁଲି ଯାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ବାବୁଙ୍କ ଏହି ଡ୍ୟାନ୍ସକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଏନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଥାନା ବାବୁଙ୍କ ବିରୋଧରେ ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.