ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍

କେନ୍ଦ୍ରାପଡ଼ା : ଚେକିଂ କରୁଥିବା ବେଳେ ହୋମଗାର୍ଡଙ୍କୁ ଚପାଇ ଦେଇ ପଳାଇଲା ପିକଅପ୍ ଭ୍ୟାନ। ଘଟଣାସ୍ଥଳରେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ। ମୃତ ହୋମଗାର୍ଡ ଜଣଙ୍କ ହେଲେ ପ୍ରବୀର କୁମାର ମହାପାତ୍ର। ସେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡର ୪ଜଣ କର୍ମଚାରୀ ବଳଭଦ୍ରପୁର ଠାରେ ଚେକିଂ କରୁଥିଲେ। ଏହି ସମୟରେ କବାଡିଆ ଜିନିଷ ବୋଝେଇ କରି ଏକ ପିକ୍‌ଅପ୍‌ ଭ୍ୟାନଟି ଦ୍ରୁତଗତିରେ ଆସୁଥିଲା। ପ୍ରବୀର ତାକୁ ବାଡ଼ି ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ପିକ୍‌ଅପ୍‌ ଭ୍ୟାନଟି ପ୍ରବୀରଙ୍କ ଉପରେ ମଡ଼ାଇ ଦେଇ ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ପ୍ରବୀରଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.