କମିବ ଶୀତ, ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରଭାବ କମିବ। ବଢ଼ିବ ରାତିର ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ, ଆସନ୍ତା ଦୁଇ ଦିନ ପରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି। ଫଳରେ ଶୀତର ପ୍ରକୋପ କମ୍ ରହିବ।ସେହିପରି କିଛି ଜିଲ୍ଲାରେ ଆସନ୍ତା ଦୁଇ ଦିନ ପାଇଁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ। ଆଜି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି। ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ସକାଳ ଓ ରାତି ସମୟରେ ପ୍ରବଳ ଶୀତ ଅନୂଭୂତ ହେଉଛି। ଏକ ପ୍ରକାର ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ଶୀତ କମିବା ଖବର ଶୁଣିବା ପରେ ରାଜ୍ୟବାସୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି।

Leave A Reply

Your email address will not be published.