ସଂଗୀତ ପାଇଁ କଟିଗଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର : ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବାର ବଡ଼ ସୁଯୋଗ ଥିଲା। ମେଢ଼ର ଡିଜାଇନ୍ ବି ବିଚାରକ ମଣ୍ଡଳୀ ଦ୍ବାରା ଗ୍ରହଣୀୟ ହୋଇଥିଲା। ହେଲେ ଏଥିପାଇଁ ପ୍ରସ୍ତୁତ ହୋଇଥିବା ସଂଗୀତକୁ ନେଇ ବିଚାରକ ମଣ୍ଡଳୀ ସନ୍ତୁଷ୍ଟ ନଥିଲେ। ଯେଉଁଥିପାଇଁ ଏଥର ବି ଦିଲ୍ଲୀରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବାର ସୁଯୋଗ ହରାଇଲା। ସୂଚନା ଓ ଲୋକସମ୍ପର୍କ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାଧାରଣ ତନ୍ତ୍ର ଦିବସରେ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଜ୍ଞାପନ ମେଢ଼ର ଆହ୍ବାନ କରାଯାଇଥିଲା। ହେଲେ ମାତ୍ର ୪/୫ଟି ମେଢ଼ ଆସିଥିଲା। ଏଥିରୁ ଗଜେନ୍ଦ୍ର ସାହୁଙ୍କ ଉତ୍କଳୀୟ ମନ୍ଦିର କଳା ଓ ସଂସ୍କୃତିକୁ ନେଇ ପ୍ରସ୍ତୁତ ମେଢ଼ ଏବଂ କୀର୍ତ୍ତି ମହାରଣାଙ୍କ ମହିଳା ସଶକ୍ତୀକରଣ ଉପରେ ପ୍ରସ୍ତୁତ ମେଢ଼ ଦିଲ୍ଲୀ ଯିବା ପାଇଁ ଚୟନ ହୋଇଥିଲା। କୀର୍ତ୍ତି ମହାରଣାଙ୍କ ମେଢ଼ ଦ୍ବିତୀୟ ବୈଠକରେ କାଟ୍ ଖାଇଯାଇଥିଲା। ଏହାପରେ ଗଜେନ୍ଦ୍ର ସାହୁଙ୍କ ଦ୍ବାରା ପ୍ରସ୍ତୁତ ମେଢ଼କୁ ନେଇ ଆମର ଆଶା ବଢ଼ିଥିଲା। ବିଚାରକ ମଣ୍ଡଳୀ ଏହାକୁ ବି ପ୍ରଶଂସା କରିଥିଲେ।

Leave A Reply

Your email address will not be published.