କନ୍ଧମାଳ ପର୍ଯ୍ୟଟନ ମାନଚିତ୍ରରେ ନାହିଁ ପ୍ରମୁଖ ସ୍ଥଳ ମଣ୍ଡାସରୁ, ଲୁଦୁ

ଫୁଲବାଣୀ : ଖଣି ଓ ଶିଳ୍ପଶୂନ୍ୟ କନ୍ଧମାଳ ଜିଲ୍ଲାର ଏକମାତ୍ର ସମ୍ବଳ ହେଉଛି ପର୍ଯ୍ୟଟନ। ଏଣୁ ପର୍ଯ୍ୟଟନର ବିକାଶ ହେଲେ ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ବିକାଶ ସମ୍ଭବ ବୋଲି ରାଜ୍ୟ ସରକାର ଜିଲ୍ଲାର ପଯ୍ୟଟନ ବିକାଶକୁ ପ୍ରାଥମିକତା ଦେଇ ଆସିଛନ୍ତି। ଏହା ହେଲେ ପର୍ଯ୍ୟଟନ କ୍ଷେତ୍ରରୁ ଆଶାତୀତ ରାଜସ୍ବ ଆୟ ସହ ନୂତନ ନିଯୁକ୍ତି ସୃଷ୍ଟି ମଧ୍ୟ ହୋଇପାରନ୍ତା। ମାତ୍ର, ଜିଲ୍ଲାର ପର୍ଯ୍ୟଟନ ବିକାଶ ନେଇ ସରକାରଙ୍କ ଲମ୍ବା ତାଲିକା ତା’ବାଟେ, ଏହା ପଛରେ ଆନ୍ତରିକତା ନଥିଲା ପରି ମନେ ହେଉଛି। କାରଣ ଜିଲ୍ଲାର ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ହିଁ ସ୍ଥାନ ପାଇପାରିନି, କେତେକ ସ୍ଥଳକୁ ରାସ୍ତାଘାଟ ବି ନାହିଁ। ସରକାରୀ ଅବହେଳାର ଆଉ ଏକ ପ୍ରମାଣ ହେଲା, ଦୀର୍ଘ ୪ ବର୍ଷ ହେଲା କନ୍ଧମାଳରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନାହାନ୍ତି। ଫଳରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଅନେକ ଦାବି ପରେ ବି ସରକାର ପଦବି ପୂରଣ ନେଇ ‌କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.