ଆଜି ଶୁଲିଆ ଯାତ୍ରା, ରକ୍ତ ରଂଜିତ ହେଲା ଶୁଲିଆ ପୀଠ

ବଲାଙ୍ଗିର :ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା।  ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ସୁଲିଆ ଯାତ୍ରା ପାଳିତ ହେଉଛି। ଏ ବର୍ଷ ମଧ୍ୟ ବଡ଼ଖଳା ଓ ସାନ ଖଳାରେ ପଶୁ ପକ୍ଷୀଙ୍କ ବଳି ଦିଆଯାଇଛି। ରକ୍ତରଂଜିତ ହୋଇଛି ବଡ଼ଖଳା ଓ ସାନ ଖଳା। ଆଗରୁ ପ୍ରଶାସନିକ କଟକଣା ରହୁଥିବାରୁ ପଶୁବଳିକୁ ନେଇ ମୁହାଁମୁହିଁ ହେଉଥିଲେ ଆଦିବାସୀ ଓ ପୁଲିସ ପ୍ରଶାସନ। ଆଉ ସେଭଳି କିଛି କଟକଣା ନାହିଁ। ନିଶି ପୂଜା ପରେ ବଳି ପଡ଼ିଛି।  ଖଇରଗୁଡ଼ାର ବଡ଼ ଖଳା ଏବଂ କୁମୁରିଆର ସାନଖଳାରେ ପଶୁ ପକ୍ଷୀ ବଳି ଦିଆଯାଇଛି। ଶାନ୍ତିଶୃଙ୍ଗଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ତିନି ପ୍ଲାଟୁନ ଫୋର୍ସ, ହୋମଗାର୍ଡ ମୁତୟନ କରାଯିବା ସହିତ ଓଡ୍ରାଫ୍ ଟିମ୍ ବି ରହିଛନ୍ତି।

Leave A Reply

Your email address will not be published.