ବୁଷ୍ଟର ଡୋଜ୍‌ ପରେ ନେଇ ହେବ କି ନାଜାଲ ଟିକା?

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପୁଣି ଡରାଉଥିବା ବେଳେ ଭାରତରେ ନାଜାଲ ଟିକା ବା ନାକରେ ପଡ଼ି ପାରୁଥିବା ଟିକାର ପ୍ରଚଳନ କରାଯାଇଛି। କୋୱିନ ଆପ୍‌ ଜରିଆରେ ପଞ୍ଜୀକରଣ କରି ଜଣେ ପ୍ରାପ୍ତ ବୟସ୍କ ଏହି ଟିକାକୁ ନେଇ ପାରିବେ। କିନ୍ତୁ କରୋନା ବିରୋଧରେ ବୁଷ୍ଟର ବା ତୃତୀୟ ଡୋଜ୍‌ ନେଇ ସାରିଥିବା ଲୋକମାନେ କ’ଣ ନାଜାଲ ଟିକାକୁ ବ୍ୟବହାର କରିପାରିବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହାର ଜବାବ ଦେଇଛନ୍ତି ଦେଶର କୋଭିଡ୍‌ ଟାକ୍ସଫୋର୍ସର ମୁଖ୍ୟ ଡାକ୍ତର ଏନକେ ଅରୋରା। ସେ କହିଛନ୍ତି, “ନାଜାଲ ଟିକାକୁ କରୋନା ବିରୋଧରେ ପ୍ରଥମ ବୁଷ୍ଟର ଭାବେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇ ସାରିଛନ୍ତି, ତା’ହେଲେ ସେ ନାଜାଲ ଟିକା ନେଇ ପାରିବେ ନାହିଁ। ଯେଉଁମାନେ ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି, ସେମାନଙ୍କ ପାଇଁ ନାଜାଲ ଟିକାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କୋ ୱିନ ଆପ୍‌ରେ ୪ର୍ଥ ଡୋଜ୍‌ ପାଇଁ ମଧ୍ୟ ପଞ୍ଜୀକରଣ ପାଇଁ ଅନୁମତି ମିଳିବ ନାହିଁ।”

Leave A Reply

Your email address will not be published.