୨ ଘଣ୍ଟାରେ ୩ଥର ଥରିଲା ନେପାଳ

କାଠମାଣ୍ଡୁ: ମାତ୍ର ୨ ଘଣ୍ଟା ମଧ୍ୟରେ ୩ଟି ଭୂକମ୍ପ ଝଟକାରେ ଥରିଛି ନେପାଳ। ରାତି ୧.୨୩, ରାତି ୨.୦୩ ଓ ଭୋର ୩.୨୮ରେ ନେପାଳର ବାଗଲୁଙ୍ଗ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଲୋକମାନେ ଶୋଇଥିବା ଅବସ୍ଥାରେ ହିଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନେପାଳର ଜାତୀୟ ଭୂକମ୍ପ ମନିଟରିଂ ଓ ରିସର୍ଚ୍ଚ ସେଣ୍ଟର କହିଛି ଯେ ବାଗଲୁଙ୍ଗ ଜିଲ୍ଲାର ଅଧିକାରୀ ଚୌରରେ ପ୍ରଥମେ ରାତି ୧.୨୩ରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ସେହିପରି ଜିଲ୍ଲାର ଖୁଙ୍ଗା ଅଞ୍ଚଳରେ ରାତି ୨.୭ରେ ଆଉ ଏକ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ର ୫.୩ ରହିଥିଲା। ଲଗାତର ଦୁଇଟି ଝଟକାର ପ୍ରାୟ ୧ ଘଣ୍ଟା ପରେ ଅର୍ଥାତ ଭୋର ୩.୨୮ରେ ଅଧିକାରୀ ଚୌର ଅଞ୍ଚଳରେ ପୁଣି ଗୋଟିଏ ଭୂକମ୍ପ ଝଟକା ଲାଗିଥିଲା।

Leave A Reply

Your email address will not be published.