ବକ୍ସ ଅଫିସରେ ଧମାଲ କରୁଛି କରୁଛି ଅବତାର-୨

ମୁମ୍ବାଇ: ୨୦୨୨ ମସିହାରେ ଅନେକ ଫିଲ୍ମ ରିଲିଜ ହୋଇଥିବା ବେଳେ ସେଥିମଧ୍ୟରୁ କିଛି ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ଭଲ ରୋଜଗାର ମଧ୍ୟ କରିଛି । ତେବେ ଏହି ଫୁଲ୍ମ ମଧ୍ୟରେ ବ୍ରହ୍ମାସ୍ତ୍ର, ଦୃଶ୍ୟମ୍-୨ ଏବଂ ଅବତାର-୨ ଆଦି ଫିଲ୍ମ ସାମିଲ ଅଛି । ତେବେ ଚଳିତବର୍ଷର ସବୁଠାରୁ ବଡ ବଜେଟ୍ ବ୍ରହ୍ମାସ୍ତ୍ର ହୋଇଥିବା ବେଳେ ଅଜୟ ଦେବଗନଙ୍କ ଅଭିନିତ ଫିଲ୍ମ ଦୃଶ୍ୟମ୍-୨ ମଧ୍ୟ ଖୁବ୍ ଭଲ ରୋଗଜାର କରିଛି । ସେହିପରି ହଲିଉଡ୍ ଫିଲ୍ମ ଅବତାର- ଦ ୱେ ଅଫ୍ ୱାଟର ମଧ୍ୟ ବକ୍ସ ଅଫିସରେ ତାର ଧମାଲ ଜାରୀ ରଖିଛି ô ଫଳରେ ସେବ ବର୍ତ୍ତମାନ ପର୍ଯ୍ୟନ୍ତ ୱାଲର୍ଡ ୱାଇଡ ସ୍ତରରେ ୮୦୦ କୋଟି ରୋଜଗାର କରିଛି । ଏଥିସହିତ ସେ ତାର ପ୍ରିକ୍ୱଲ ଅର୍ଥତା ଅଇବତାରର ରେକର୍ଡ ଭାଙ୍ଗିଛି ।ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମ ଅବତାର-୨ ଦ ୱେ ଅଫ୍ ୱାଟର ୧୬ ଡିସେମ୍ବରକୁ ରିଲିଜ ହୋଇଥିଲା । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦୁନିଆ ଧମାଲ କରୁଛି । ଏଥିସହ ଭରତରେ ମଧ୍ୟ ତାର ଜଲୱା ଜାରୀ ରଖିଛି । ଫଳରେ ସେ ପ୍ରତି ଦିନ ଆୟରେ ନୂଆ ରେକର୍ଡ ସୃଷ୍ଟି କରୁଛି । ତେବେ ବର୍ତ୍ତମାନ ଯାଏ ସାରା ଦୁନିଆରେ ଫିଲ୍ମ ଅବତାର-୨ ଏକ ବିଲିୟନ୍ ଡଲାରୁ ଅଧିକ ରୋଜଗାର କରିଥିବା ବେଳେ ଭାରତୀୟ ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରିଛି । ଆବତାର –୨ ଭାରତରେ ପାଖାପାଖି ୮୨ ବିଲିୟନ ଅର୍ଥାତ୍ ୮୪ କୋଟି ୯୫ ଲକ୍ଷ ଟଙ୍କା ରୋଜଗାର କରିଛି । ତେବେ ଅବତାର -୨ ପ୍ରଥମ ଦିନରେ ୪୧ କୋଟି ରୋଜଗାର କରିଥିବା ବେଳେ ପ୍ରଥମ ୱିକାଣ୍ଡରେ ୧୨୯ କୋଟି ରୋଜଗାର କରିଥିଲା । ଏହାପରେ ସେ ପ୍ରଥମ ସପ୍ତାହରେ ୧୯୨.୭୫ କୋଟ୍ ରୋଜଗାର କରି ସମସ୍ତ ରେକର୍ଡ ଭାଙ୍ଗିଥିଲା । ତେବେ ଗକରୋନା ମହାମାରୀ ପରେ ବିଲିୟନ୍ ଡଲାର ଆୟ କରିଥିବା ଫିଲ୍ମ ମଧ୍ୟରେ ଅବତାର-୨ର ନାଁ ସାମିଲ ହୋଇଛି । ଏହାପୂର୍ବରୁ ସ୍ପାଇଡର ମ୍ୟାନ୍: ନୋ ୱେ ହୋମ୍, ଟପଗନ୍: ମେବାରିକ୍ ।ଦି ଫିଲ୍ମ ବିଲିୟନ ଆୟ କରିଥିଲେ । ଯେଉଁଥିରେ ଅବତାର: ଦ ୱେ ଅଫ୍ ୱାଟର ମଧ୍ୟ ସାମିଲ ହୋଇଛି ।ଫଳରେ ସେ ମଧ୍ୟ ୧.୦୩ ବିଲିୟନ ରୋଜଗାର କରିଛି ।

Leave A Reply

Your email address will not be published.