ରାଜଧାନୀରେ ଉଠାଦୋକାନୀଙ୍କ ଜୋରଦାର ବିକ୍ଷୋଭ, ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ

ଭୁବନେଶ୍ୱର : ରାଜଧାନୀରେ ଉଠାଦୋକାନୀ ମହାସଂଘର ଜୋରଦାର ବିକ୍ଷୋଭ। ଆଜି ଉଠାଦୋକାନୀମାନେ ଶୋଭାଯାତ୍ରାରେ ଯାଇ ବିଡିଏ ଅଫିସ୍ ଆଗରେ ପ୍ରତିବାଦ କରିଛନ୍ତି। ବିଶ୍ୱକପ ହକି ଆଳରେ ବିଏମ୍‌ସି ଓ ବିଡିଏ ରାସ୍ତା କଡ ଦୋକାନ ଭାଙ୍ଗି ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଉଠାଦୋକାନୀମାନେ ନାରାବାଜି, ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ହଜାର ହଜାର ରାସ୍ତାକଡ ବ୍ୟବସାୟୀ ମାନେ ଏକାଠି ହୋଇ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ଦେଇ BDA ଅଫିସରେ ପହଞ୍ଚି ଥିଲେ। ସେଠାରେ ୧୨ଦଫା ଦାବି ନେଇ ବିକ୍ଷୋଭ କରିଥିଲେ ଉଠାଦୋକାନୀମାନେ। BDA କର୍ମକର୍ତ୍ତା ଓ ମହାସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନାରେ ଉଠା ଦୋକାନୀଙ୍କୁ ଛାଡି ଅନ୍ୟ ସବୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି BDA ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଉଠା ଦୋକାନୀ। ସୂଚନା ଥାଉକି, ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସରକାର ରାଜଧାନୀର ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ୱ ଅସ୍ଥାୟୀ ଓ ଉଠା ଦୋକାନୀ ହଟାଇବାକୁ ପଦକ୍ଷେପ ନେଇଛନ୍ତି। ଯାହାକୁ ଜୋରଦାର ବିରୋଧ କରାଯାଉଛି

Leave A Reply

Your email address will not be published.