ଘନ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର : ଘନ କୁହୁଡ଼ି ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହେଉଛି। ତେଣୁ ଟ୍ରେନ୍‌ର ସଠିକ୍‌ ସମୟ ଜାଣିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ୧୩୯ ଜାରି କରାଯାଇଛି। ଅପରପକ୍ଷେ ବିଭିନ୍ନ ରେଳ ସେକ୍ସନ୍‌ରେ କୁହୁଡ଼ି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡ଼ି ସମୟରେ ଟ୍ରେନ୍‌ର ଗତିକୁ ନିୟନ୍ତ୍ରଣ କରିବାକୁ ଚାଳକଙ୍କୁ କୁହାଯାଇଛି। ସାବଧାନତା ଅବଲମ୍ବନ କରିବାକୁ ରନିଙ୍ଗ ଷ୍ଟାଫମାନଙ୍କୁ ନିରାପତ୍ତା ପରିଷଦ ଦ୍ବାରା ପ୍ରଶିକ୍ଷଣ ଦିଆଯାଉଛି।

Leave A Reply

Your email address will not be published.