ମୃତ୍ୟୁ ପରେ ମାନବ ଶବକୁ ‘କମ୍ପୋଷ୍ଟ୍‌’ କରିବାକୁ ନ୍ୟୁୟର୍କରେ ମିଳିଲା ଅନୁମତି

ନୂଆଦିଲ୍ଲୀ: ମାନବ ଶବ ‘କମ୍ପୋଷ୍ଟ୍‌’କୁ (ଶଢ଼ା ଖତ) ଆଇନସମ୍ମତ କରାଇବାରେ ନ୍ୟୁୟର୍କ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟତମ ରାଜ୍ୟ ବୋଲି ‘ବିବିସି’ ରିପୋର୍ଟ କରିଛି। ‘ବିବିସି’ ରିପୋର୍ଟ ଅନୁସାରେ, ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଶବକୁ ଏବେ ମାଟିରେ ପରିଣତ କରାଯାଇ ପାରିବ। କବର ଦେବା କିଂବା ‌ପୋଡ଼ିବା ଅପେକ୍ଷା ମାନବ ଶବକୁ ଖତରେ ପରିଣତ କରିବା ପରିବେଶ ଅନୁକୂଳ ବିକଳ୍ପ ବୋଲି ଏହି ଆଇନରେ ବିବେଚନା କରାଯାଇଛି। ଏହି ବ୍ୟବସ୍ଥା ଅନୁସାରେ, ମାନବ ଶବକୁ ଗୋଟାଏ ଆଧାର ମଧ୍ୟରେ କିଛି ସପ୍ତାହ ରଖି ଶଢ଼ାଇ ଦିଆଯାଏ। ଏହି ପ୍ରକ୍ରିୟା ‘ପ୍ରାକୃତିକ ଜୈବ ବିଘଟନ’ ନାମରେ ମଧ୍ୟ ଜଣାଶୁଣା। ୨୦୧୯ରୁ ଆରମ୍ଭ ହୋଇଥିବା ମାନବ ଶବ ଖତ ପ୍ରକ୍ରିୟାକୁ ଆଇନସମ୍ମତ କରିବାରେ ନ୍ୟୁୟର୍କ ହେଉଛି ୬ଷ୍ଠ ଆମେରିକୀୟ ରାଜ୍ୟ।

Leave A Reply

Your email address will not be published.