ତୁନିଷା ଶର୍ମା ଆତ୍ମହତ୍ୟା ମାମଲା: କୋ-ଷ୍ଟାର ସିଜାନ ଖାନଙ୍କ ପାଇଁ ବଢ଼ୁଛି ଅଡ଼ୁଆ

ମୁମ୍ବାଇ: ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ମାମଲାରେ  କୋ-ଷ୍ଟାର ସିଜାନ ଖାନ୍‌ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ କଷ୍ଟ୍ୟୁଡି ଶେଷ ହୋଇଛି । ଏହା ପୂର୍ବରୁ ପୋଲିସ ତାଙ୍କୁ ଭସଇ କୋର୍ଟରେ ହାଜର କରାଇଥିଲା  ଭସଇ କୋର୍ଟ ଅଭିଯୁକ୍ତ ଶିଜାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ସିଜାନଙ୍କ ପରିବାର ଖୁବଶୀଘ୍ର ତାଙ୍କର ଜାମିନ ଆବେଦନ କରିପାରନ୍ତି । ଝିଅର ମୃତ୍ୟୁ ପାଇଁ ସିଜାନ ହିଁ ଦାୟୀ ବୋଲି ମୃତ ଅଭିନେତ୍ରୀଙ୍କ ମା କହିଛନ୍ତି । ତୁନିଶାଙ୍କ ଅନ୍ତିମ ସଂସ୍କାର ପରେ ମିଡିଆ ସାମ୍ନାକୁ ଆସି ବିନିତା ଏଭଳି କିଛି ଅଭିଯୋଗ ଆଣିଛନ୍ତି ଯାହା ମୃତ୍ୟୁ ମାମଲାର ମୋଡକୁ ବଦଳାଇପାରେ ।  ବିନିତା କହିଛନ୍ତି ତୁନିଶା ଓ ସିଜାନ ମଧ୍ୟରେ କିଛି ଦିନ ହେବ କିଛି ବି ଠିକ୍ ନଥିଲା । ଅନ୍ୟ ଜଣେ ପ୍ରେମିକାକୁ ପାଇବା ପରେ ତୁନିଶା ସହ ବିଶ୍ୱାସ ଘାତକତା ଆରମ୍ଭ କରିିଥିଲା ସିଜାନ । ତୁନିଶାଙ୍କୁ ମାଡ଼ ମାରୁଥିଲା ସିଜାନ୍ । କେବଳ ସେତିକି ନୁହେଁ ଜୋର ଜବରଦସ୍ତି କୋରାନ ପଢିବାକୁ ଓ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଥିଲା । ପ୍ରେମରେ ଅନ୍ଧଥିବା ତୁନିଶାଠୁ ସିଜାନ ଦାମୀ ଉପହାର ଦାବି କରୁଥିଲା । ସର୍ମ୍ପକରେ କମ୍ ଭଲ ପାଇବା ଓ ଅଧିକ ମାନସିକ ନିର୍ଯ୍ୟାତନା ମିଳୁଥିଲା ।

Leave A Reply

Your email address will not be published.