ବଡ ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରା

ଭୁବନେଶ୍ୱର : ବିଗ୍ ସ୍କ୍ରିନରେ ବିଗ୍ ଏଂଟରଟେନମେଂଟ୍। ଖୁବଶୀଘ୍ର ବଡ ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରା। ତରଙ୍ଗ ସିନେ ପ୍ରଡକ୍ସନର ଏହା ୪୪ତମ ଅବଦାନ। ଫିଲ୍ମରେ ଅଭିନେତା ସବ୍ୟସାଚ୍ଚୀଙ୍କ ସହ ସୁପ୍ରିୟାଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାଶ। ପୁଷ୍କରା ଏକ ଫିଲ୍ମ ନୁହଁ ବରଂ ହଜିଯାଉଥିବା ସଂସ୍କୃତି ଓ ପରମ୍ପରା ମଧ୍ୟରେ ବଂଚିଥିବା ଏକ ରହସ୍ୟମୟ ଚରିତ୍ର। ସାହିତ୍ୟରୁ ସିନେମା ପର୍ଯ୍ୟନ୍ତ ପୂରାପୂରି ଅରିଜିନାଲ ତଥା ଏକ ଜୀବନ୍ତ କାହାଣୀ ସହ ବର୍ତ୍ତମାନ ସମାଜରେ ହଜି ଯାଉଥିବା କିଛି କୌଳିକ ବୃତ୍ତିକୁ ମଧ୍ୟ ଫିଲ୍ମରେ ସ୍ଥାନ ଦିଆଯାଇଛି। ଫିଲ୍ମର ଭିନ୍ନ ଏକ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବା ନେଇ ଆଶା କରାଯାଉଛି।

Leave A Reply

Your email address will not be published.