ବିମାନରେ ମଦ ପିଇ ଗିରଫ ହେଲେ ଦୁଇ ଯାତ୍ରୀ

ପାଟନା: ବିମାନରେ ମଦ ପିଇ ଗିରଫ ହେଲେ ଦୁଇ ଯାତ୍ରୀ । ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି ।  ଦିଲ୍ଲୀରୁ ପାଟନା ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଦୁଇଜଣ ଯାତ୍ରୀ ମଦ ପିଇଥିବା ଅଭିଯୋଗ ହୋଇଥିଲା । ଏନେଇ କ୍ର୍ୟୁ ମେମ୍ବର ଜାଣିବା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ ଜଣାଇଥିଲେ। ଏହି ଖବର ବିମାନର କ୍ୟାପଟେନଙ୍କ ପାଖରେ ପହଞ୍ଚିବା ପରେ ସେ ଏହି ବିବାଦର ସମାଧାନ ପାଇଁ ମଝିକୁ ଆସିଥିଲେ । ହେଲେ କ୍ୟାପଟେନଙ୍କୁ ମଧ୍ୟ ୩ ଯୁବକ ଦୁର୍ବ୍ୟହାର କରିବା ସହ ମାଡ ମାରିଥିଲେ । ବିମାନଟି ଲ୍ୟାଣ୍ଡି କରିବା ପରେ ଘଟଣା ସମ୍ପର୍କରେ ତୁରନ୍ତ ସିଆଇଏସଏଫକୁ ଏହି ସୂଚନା ଦିଆଯାଇଥିଲା ।
ପାଟନା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ କରିଛି , ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି । ଜଣେ ଯୁବକ ବିମାନ ବନ୍ଦରରୁ ବାହାରି ଖସି ଯାଇଥିବା  କୁହାଯାଉଛି। ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ଜଣେ ବରିଷ୍ଠ ମହିଳାଙ୍କୁ ଦୁର୍ବବ୍ୟହାର କରିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି।

Leave A Reply

Your email address will not be published.