ବାଇକ୍‌ରେ ଆସିଲେ, ଯୁବକଙ୍କ ଉପରେ ଏସିଡ୍‌ ପକାଇ ଚମ୍ପଟ ମାରିଲେ

ଦେବଗଡ଼ : ଦେବଗଡ଼ ଜିଲ୍ଲା ପୌରାଞ୍ଚଳ ମୁଣ୍ଡା ସାହିର ଜଣେ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବକ ଜଣଙ୍କ ହେଲେ ୧୦ ନମ୍ବର ୱାର୍ଡ ମୁଣ୍ଡା ସାହିର ସିକନଙ୍କ ପ୍ରଧାନ(୨୨)ବର୍ଷ। ସିକନଙ୍କ ମୁହଁ,ମୁଣ୍ଡ ଓ ହାତରେ ଏସ୍‌ଡି ପଡ଼ି ପୋଡ଼ି ଯାଇଛି। ଗତକାଲି ସାଢ଼େ ଆଠଟା ସମୟରେ ସିକନ ବଜାରରୁ ଘରକୁ ଚାଲି ଚାଲି ଆସୁଥିଲେ। ଏହି ସମୟରେ  ୩ ଜଣ ଯୁବକ ବାଇକ୍‌ରେ ଆସି ମୁଣ୍ଡା ସାହି ନିକଟରେ ସିକନଙ୍କ ଉପରକୁ ଏସିଡ୍‌ ମାଡ଼ କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସିକିନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସିକନଙ୍କ ଉପରକୁ ଯୁବକମାନେ କାହିଁକି ଏସ୍‌ଡି ମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.