୨୪ ନିର୍ବାଚନରେ ୫୦ ସିଟରେ ହାରିପାରେ ବିଜେପି: ଥରୁର

କୋଝିକୋଡ: ୨୦୧୯ ତୁଳନାରେ ୨୦୨୪ରେ ବଡ ଜିତ୍ ହାସଲ କରିବାକୁ ଅଣ୍ଟା ଭିଡିଛି ବିଜେପି। ହାତରେ ପୁଳା ପୁଳା ଯୋଜନା , କେନ୍ଦ୍ର ସରକାରଙ୍କ ମାଳ ମାଳ ଉପଲବ୍ଧି। ହେଲେ ବିଜେପିର ଏହି ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଖାଲି ପ୍ରଶ୍ନ ଉଠାଇନାହାଁନ୍ତି ବରଂ ଦଳ ହାରିଯାଇପାରେ ବୋଲି କହିଛନ୍ତି ଥରୁର। ଶଶୀ ଥରୁରଙ୍କ ଅଙ୍କ କହୁଛି, ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ ୫୦ ସିଟରେ ହାରିବା ସମ୍ଭାବନା ରହିଛି। କେରଳ ସାହିତ୍ୟ ମହୋତ୍ସବ ଅବସରରେ ତିରୁବନନ୍ତପୁରର କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ, ୨୦୧୯ରେ ବିଜେପି ଉନ୍ନତ ପ୍ରଦର୍ଶନ କରିଥିଲା।

Leave A Reply

Your email address will not be published.