ନିଖୋଜ ବୋଟ୍‌ର ମିଳିଲା ପତ୍ତା

ପାରାଦୀପ :  ୫ଦିନ ହେଲା ଗଭୀର ସମୁଦ୍ରରେ ନିଖୋଜ ଥିବା ୨ବୋଟ୍‌ ସହ ଯୋଗଯୋଗ ହୋଇପାରିଛି। ସେଥିରେ ଥିବା୧୩ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଅଛନ୍ତି। ସେମାନେ ଏବେ ପାରାଦୀପରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅଛନ୍ତି। କିଛି ସମୟ ପରେ ସେମାନେ ଉପକୂଳରେ ପହଞ୍ଚିବେ। ଆଜି ଏହି ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା। ସେ କହିଛନ୍ତି,  କିଛି ସମୟ ପୂର୍ବରୁ ସେମାନଙ୍କ ସହିତ ସଂଯୋଗ ସ୍ଥାପନ ହୋଇଥିଲା। ସମୁଦ୍ରରେ ନେଟୱର୍କ ଠିକ୍ ନ ଥିବାରୁ ସେମାନଙ୍କ କଥା ଭଲରେ ଶୁଣାଯାଉନଥିଲା। ଆଗରୁ ମଧ୍ୟ ସମୁଦ୍ରରେ ନେଟୱର୍କ ଠିକ ନ ଥିବାରୁ  ସେମାନଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହେଉ ନଥିଲା ବୋଲି ଆମେ ଭାବୁଛୁ। ପାରାଦୀପର ଉତ୍ତରକୁ ପ୍ରାୟ ୯୦ ନଟିକାଲ ମାଇଲ୍ ଦୂରରେ ବାଂଲାଦେଶ ଉପକୂଳରେ ସେମାନେ ଥିଲେ। ସେମାନେ ସମସ୍ତେ ଫେରିବା ପରେ ହିଁ ସବୁ କଥା ସ୍ପଷ୍ଟ ହେବ ବୋଲି  ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି କହିଛନ୍ତି।

Leave A Reply

Your email address will not be published.