ହକି ବିଶ୍ୱକପ୍‌: ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

ରାଉରକେଲା : ହକି ବିଶ୍ୱକପ୍‌ରେ ଆଜି ଖେଳା ଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର ହୋଇଛି। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଉଭୟ ପକ୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ପଏଣ୍ଟ ସମାନ ହୋଇଥିଲେ ହେଁ ଟେବୁଲ ଶୀର୍ଷରେ ଇଂଲଣ୍ଡ ପହଞ୍ଚିଛି। ଗୋଲ ବ୍ୟବଧାନରେ ଇଂଲଣ୍ଡ ଅଧିକ ଥିବାରୁ ଟେବୁଲ ଶୀର୍ଷରେ ପହଞ୍ଚିଛି। ପୁଲ୍‌ ଡି’ର ଆଜିର ମ୍ୟାଚ୍‌ରେ ଦୁଇ ଦଳ ନିର୍ଦ୍ଧାରିତ ସମୟରେ ପରସ୍ପରକୁ କଡ୍ଡା ଟକ୍କର ଦେଇଥିଲେ। ଏହା ସତ୍ତ୍ୱେ କୌଣସି ଗୋଲ କରି ନଥିଲେ। ପେନାଲିଟି ସୁଯୋଗକୁ ମଧ୍ୟ ଉଭୟ ଦଳ ଗୋଲରେ ପରିଣତ କରିପାରି ନ ଥିଲେ। ଦୁଇପକ୍ଷର ଗୋଲ କିପରମାନେ ବଲ୍‌କୁ ରୋକି ନିଜର ଶ୍ରେଷ୍ଠତା ଦେଖାଇଥିଲେ। ପ୍ରଥମାର୍ଦ୍ଧ ଖେଳରେ ଭାରତ ପକ୍ଷରୁ ହାର୍ଦ୍ଦିକ ସିଂହ ଭଲ ଖେଳ ଦେଖାଇଥିଲେ। ହେଲେ କୌଣସି ଗୋଲ ଦେଇ ପାରି ନ ଥିଲେ। ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଟିମ୍‌ ପେନାଲିଟି ସୁଟ ଆଉଟ୍‌ ସୁଯୋଗକୁ ଗୋଲରେ ପରିଣତ କରିବାରେ ଫେଲ ମାରିଥିଲା। ସେହିପରି ଇଂଲଣ୍ଡକୁ ଦ୍ୱିତୀୟାର୍ଦ୍ଧରେ ଗୋଲ କରିବାକୁ ଅନେକ ସୁଯୋଗ ମିଳିଥିଲେ ହେଁ ଖେଳାଳିମାନେ ସବୁକୁ ହାତଛଡ଼ା କରିଥିଲେ।

Leave A Reply

Your email address will not be published.