ହକି ବିଶ୍ୱକପ: ୫-୧ ଗୋଲ୍‌ରେ ଜିତିଲା ସ୍ପେନ୍

ରାଉରକେଲା: ହକି ବିଶ୍ୱକପରେ ଆଜି ଖେଳା ଯାଇଥିବା ଅନ୍ୟ ଗୋଟିଏ ମ୍ୟାଚ୍‌ରେ ସ୍ପେନ ପ୍ରଥମ ଥର ପାଇଁ ବିଜୟର ହାସଲ କରିଛି। ସ୍ପେନକୁ ସାମ୍ନା କରୁଥିବା ୱେଲ୍ସ ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚରେ ପରାଜିତ ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ସ୍ପେନ୍‌ ୫-୧ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ଏହି ୯ମ ମ୍ୟାଚ୍‌‌ର ପ୍ରଥମ କ୍ୱାର୍ଟରରେ ଉଭୟ ସ୍ପେନ୍‌ ଓ ୱେଲ୍ସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ କ୍ରମାଗତ ଭାବେ ୨ଟି ଗୋଲ ଦେଇଥିଲା। ଟିମ୍‌ର ଖେଳାଳି ରେନେ ମାର୍କ ୧୬ତମ ମିନିଟ ଓ ୩୮ତମ ମିନିଟ୍‌ରେ ଫିଲ୍ଡ ଗୋଲ୍ଡ ଦେଇଥିଲେ। ସେହିପରି ୩୨ତମ ମିନିଟ ଓ ୫୬ତମ ମିନିଟ୍‌ରେ ମିରାଲେସ ମାର୍କ ଗୋଲ ଦେଇଥିଲେ। ସେହିପରି ଅଧିନାୟକ ଇଗଲେସିଆସ ଆଲଭାରୋ ୨୨ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ।

Leave A Reply

Your email address will not be published.