୪୬ତମ ଦିନିଆ ଶତକ ସହ ଏକାଧିକ ରେକର୍ଡ କଲେ ବିରାଟ କୋହଲି

ଥିରୁଅନନ୍ତପୁରମ: ଚଳିତ ବର୍ଷ ଆରମ୍ଭରୁ ଟପ୍‌ ଫର୍ମରେ ଅଛନ୍ତି ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ୩ଟିକିଆ ସିରିଜ୍‌ରେ ବିରାଟ ଦୁଇଟି ଶତକ ହାସଲ କରି କେବଳ ଭାରତକୁ ମ୍ୟାଚ୍ ଜିତାଇ ନାହାନ୍ତି, ବରଂ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟର ହେବାର ରେକର୍ଡ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚି ଯାଇଛନ୍ତି। ରବିବାର ଥିରୁଅନନ୍ତପୁରମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଦିନିକିଆରେ ବିରାଟ ୧୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୪୬ତମ ଶତକ। ଏଥିସହ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଶତକ ସଂଖ୍ୟା ୭୪ରେ ପହଞ୍ଚି ଯାଇଛି। ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ଏବେ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସେ ୪୯ଟି ଶତକ ହାସଲ କରିଥିଲେ। ବିରାଟ ଏହାକୁ ଅତିକ୍ରମ କରିବାକୁ ଆଉ ମାତ୍ର ୪ଟି ଶତକ ଆବଶ୍ୟକ କରୁଛନ୍ତି। ସେ ଟପ୍‌ ଫର୍ମରେ ଥିବାରୁ ଚଳିତ ବର୍ଷ ହିଁ ସେ ସଚିନଙ୍କୁ ଟପି ଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ତେବେ ଶ୍ରୀଲଙ୍କାଂ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ବିରାଟ ଏକାଧିକ ରେକର୍ଡ କରିଛନ୍ତି। ଏପରି କି ସେ ସଚିନଙ୍କ କିଛି ରେକର୍ଡ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି। ୧- ସଚିନ ତେନ୍ଦୁଲକର ବିଶ୍ୱର ଏକମାତ୍ର ବ୍ୟାଟର ଥିଲେ ଯିଏ ଘରୋଇ ମାଟି(ଭାରତ)ରେ ୨୦ଟି ଦିନିକିଆ ଶତକ ହାସଲ କରିଥିଲେ। ହେଲେ ବିରାଟ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ତାଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବିରାଟ ଭାରତରେ ୨୧ଟି ଦିନିକିଆ ଶତକ ହାସଲ କରିଛନ୍ତି।

Leave A Reply

Your email address will not be published.