ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳିଗିରି ଥାନା ଅଞ୍ଚଳରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ବର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ରଂଜନ କୁମାର ସୁତାର ଆଜି ଦୋଷୀକୁ ୨୦ ବର୍ଷର ଜେଲ ଦଣ୍ଡ ସହ ୧୪ ହଜାର ଟଙ୍କାର ଜରିମାନା ଭରିବାକୁ ଆଦେଶ ଦେଇଛନ୍ତି। ଏଥିସହ ଜରିମାନା ଅନାଦେୟ ହେଲେ ଦୋଷୀ ଆଉ ୮ ମାସ ଅଧିକ ଜେଲ୍‌ଦଣ୍ଡ ଭୋଗିବ ବୋଲି ରାୟ‌େର ଉଲ୍ଲେଖ କରାଯାଇଛି। ୨୦୨୦ ମସିହା ଫେବ୍ରୁଆରି ୬ ତାରିଖରେ ନୀଳଗିରି ଥାନା ଅଞ୍ଚଳର ସନ୍ତୋଷ ସିଂ ନାମକ ଜଣେ ଯୁବକ ନିଜ ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ପୀଡ଼ିତାଜଣଙ୍କୁ ଆସାମୀ ସନ୍ତୋଷ ସିଂ ସଂନ୍ଧ୍ୟାବେଳେ ଗାଁ ପାଖରେ ଥିବା ଏକ ଦୋକାନ ପାଖକୁ ଡାକିନେଇ ମଦ୍ୟପାନ କରାଇଥିଲା।

Leave A Reply

Your email address will not be published.