୯୩ତମ ଜନ୍ମଦିନରେ ବିବାହ କଲେ ଚନ୍ଦ୍ରପୃଷ୍ଠରେ ଚାଲିଥିବା ବଜ୍‌ ଆଲ୍‌ଡ୍ରିନ୍‌

ଲସ୍‌ ଏଞ୍ଜେଲେସ୍‌: ୯୩ତମ ଜନ୍ମଦିନରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି ବୋଲି ଚନ୍ଦ୍ରପୃଷ୍ଠରେ ଚାଲିଥିବା ଦ୍ବିତୀୟ ବ୍ୟକ୍ତି ବଜ୍‌ ଆଲ୍‌ଡ୍ରିନ୍‌ କହିଛନ୍ତି। ଶୁକ୍ରବାର ଦିନ ଜନ୍ମଦିନ ପାଳନ କରିଥିବା ଆଲ୍‌ଡ୍ରିନ୍‌ ଟୁଇଟ୍‌ରେ କହିଛନ୍ତି ଯେ, ଲସ୍‌ ଏଞ୍ଜେଲ୍‌ସ୍‌ରେ ଛୋଟଧରଣର ଉତ୍ସବରେ ୬୩ ବର୍ଷୀୟ ଡକ୍ଟର୍‌ ଆଙ୍କା ଫଅର୍ ଙ୍କୁ ସେ ବିବାହ କରିଛନ୍ତି। ବିବାହ ବେଳର ଦୁଇଟି ଫଟୋ ସେୟାର୍‌ କରି ତାଙ୍କ ଅନୁଗାମୀମାନଙ୍କ ପ୍ରତି ଲେଖିଛନ୍ତି, ତରୁଣତରୁଣୀ ଘରୁ ପଳାଇଯିବା ଭଳି ଆମର ମନେହେଉଛି। ୨୦୧୯ରୁ ସେ ‘ବଜ୍‌ ଆଲ୍‌ଡ୍ରିନ୍‌ ଭେଞ୍ଚର୍‌’ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଥିଲେ ବୋଲି ଫଅର୍‌ ତାଙ୍କ ‘ଲିଙ୍କ୍‌ଡ୍‌ଇନ୍‌’ ପେଜ୍‌ରେ ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ, ଆଲ୍‌ଡ୍ରିନ୍‌ ୩ ଥର ବିବାହ କରି ଛାଡ଼ପତ୍ର ଦେଇଛନ୍ତି। ୧୯୫୪ରେ ସେ ଜୋଆନ୍‌ ଆନ୍‌ ଆର୍କର୍‌ଙ୍କୁ ବିବାହ କରି ୨୦ ବର୍ଷ ପରେ ଛାଡ଼ପତ୍ର ଦେଇଥିଲେ। ଏହାପରେ ୧୯୭୫ରେ ସେ ବିଭର୍‌ଲି ଭାନ୍‌ ଜାଇଲ୍‌ଙ୍କୁ ବିବାହ କରି ୧୯୭୮ରେ ଛାଡ଼ପତ୍ର ଦେଇଥିଲେ। ୧୯୮୮ରେ ସେ ଲଇସ୍‌ ଡ୍ରିଗିସ୍‌ କ୍ୟାନନ୍‌ଙ୍କୁ ତୃତୀୟ ବିବାହ କରି ୨୦୧୨ରେ ଛାଡ଼ପତ୍ର ଦେଇଥିଲେ।

Leave A Reply

Your email address will not be published.