ଧରମପୁରୀ ଜାଲିକାଟ୍ଟୁରେ ଷଣ୍ଢ ମାଲିକଙ୍କ ୧୪ ବର୍ଷିୟ ପୁଅକୁ ଭୁସି ମାରିଦେଲା ଷଣ୍ଢ; ୬୮ ଅଂଶ ଗ୍ରହଣକାରୀ ଆହତ

କୋଇମ୍ବାଟୁର୍‌: ଶନିବାର ଦିନ ତାଣ୍ଡାନ୍‌ଗାମ୍‌ରେ ଆୟୋଜିତ ବାର୍ଷିକ ଜାଲିକାଟ୍ଟୁ କ୍ରୀଡ଼ାରେ ଷଣ୍ଢ ଭୁସି ଦେବାରୁ ଜଣେ ଷଣ୍ଢ ମାଲିକଙ୍କ ୧୪ ବର୍ଷିୟ ପୁଅର ମୃତ୍ୟୁ ଘଟିଛି। ଏହି କ୍ରୀଡ଼ାରେ ୬୮ଜଣ ଅଂଶ ଗ୍ରହଣକାରୀ ମଧ୍ୟ ଆହତ ହୋଇଛନ୍ତି। କ୍ରୀଡ଼ାର ଅନ୍ତିମ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ ତାଙ୍କ ଷଣ୍ଢକୁ କାବୁ କରି ପାରି ନ ଥିଲେ। ମାଲିକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଷଣ୍ଢଟି ପାଲାକୋଡ୍‌ର ଏସ୍‌. ଗୋକୁଳ ନାମରେ ଜଣେ ୧୪ ବର୍ଷିୟ ବାଳକର ପେଟରେ ଭୁସି ଦେଇଥିଲା। ପିଲାଟି ପ୍ରସ୍ଥାନ ଫାଟକ ନିକଟରେ ତାଙ୍କ ଷଣ୍ଢକୁ ଅପେକ୍ଷା କରି ଠିଆ ହୋଇଥିଲା। ସଂଗୃହୀତ ସୂଚନା ଅନୁସାରେ, ଚିକିତ୍ସା ପାଇଁ ଗୋକୁଳକୁ ତୁରନ୍ତ ଧରମପୁରୀ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ଧରମପୁରୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗୋକୁଳ ଠିକ୍‌ କେମିତି ଆହତ ହେଲା, ତାହା ଜାଣିବା ଲାଗି ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରୁଛି।

Leave A Reply

Your email address will not be published.