ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଆଜି ୭୫ତମ ପୂଣ୍ୟତିଥି। ରାଜଘାଟରେ ଥିବା ଗାନ୍ଧିଙ୍କ ସମାଧି ନିକଟରେ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହା ପୂର୍ବରୁ ମୋଦି ଟ୍ଵିଟ୍‌ କରି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୋଦି କହିଛନ୍ତି, ମୁଁ ବାପୁଙ୍କୁ ପୂଣ୍ୟତିଥିରେ ପ୍ରଣାମ କରୁଛି। ତାଙ୍କ ବିଚାରଧାରକୁ ମାନି ଚଳୁଛି । ଏହାଛଡା ରାଷ୍ଟ୍ରସେବା ପାଇଁ ଅନ୍ୟ ଯେଉଁମାନେ ଶହିଦ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି । ବାପୁଙ୍କ ବଳିଦାନକୁ କେବେ ଭୁଲିପାରିବା ନାହିଁ । ତେଣୁ ଆଜିର ଦିନକୁ ଶହିଦ ଦିବସ ଭାବେ ପାଳନ କରାଯାଉଛି ।

Leave A Reply

Your email address will not be published.