ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଇସ୍ତାନ୍‌ବୁଲ୍‌: ଆଜି ଆଜି ଦକ୍ଷିଣପୂର୍ବାଞ୍ଚଳ ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୫୬୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। କିନ୍ତୁ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ୫୬୮ରୁ ଅଧିକ ହୋଇଥିବା ବ‌େଳେ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। କାରଣ ଲୋକେ ଶୋଇଥିବା ବ‌େଳେ ଭୂମିକମ୍ପ ସଂଘଠିତ ହୋଇଥିବାରୁ ଧରାଶାୟୀ ହୋଇଥିବା ଅଟ୍ଟାଳିକାଗୁଡ଼ିକର ଭଗ୍ନସ୍ତୂପ ତଳେ ଅନେକ ଲୋକ ପୋତି ହୋଇପଡ଼ିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଆଲେପ୍ପୋ, ଲଟାକିଆ, ହାମା ଏବଂ ତାର୍ତସ୍‌ ପ୍ରଦେଶରେ ୬୨୯ଜଣ ବ୍ୟକ୍ତି ଆହତ ହୋଇଥିବା ବ‌େଳେ ୨୩୭ଜଣଙ୍କର ମୃତ୍ୟୁ ଘଟିଛି। ତୁର୍କୀର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ମାଲାତିୟା ପ୍ରଦେଶରେ ଅନ୍ୟୂନ ୧୩୦ଟି କୋଠାଘର ଭାଙ୍ଗିଯାଇଥିବା ବେଳେ ଦିୟାବକିର୍‌ରେ ୧୬ଟି କୋଠାଘର ଭାଙ୍ଗିଯାଇଛି। ଭଗ୍ନସ୍ତୂପ ତଳେ ପୋତି ହୋଇ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

Leave A Reply

Your email address will not be published.