ଦେଶରେ RBIର ନୂଆ ଟେକ୍ନୋଲୋଜି

ଦେଶ ଦୁନିଆରେ ସବୁବେଳେ କିଛି ନା କିଛି ଟେକ୍ନୋଲୋଜି ସାମ୍ନାକୁ ଆସିଥାଏ। ଏହା ଜୀବନକୁ ଆହୁରି ସହଜ କରିଦିଏ। ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂଆ ଘୋଷଣା କରିଛି। ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ୟୁଆର କୋଡ ଆଧାରିତ କଏନ ବୋଡିଂ ମେସିନ ବାହାର କରିଛି। ଗତ ବୁଧବାର RBI Monetary Policy ର ବୈଠକରେ ଏହାକୁ ନେଇ ଘୋଷଣା କରାଯାଇଛି। ଏହାକୁ ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ମୁଦ୍ରାର ବ୍ୟବହାର କୁ ନେଇ ଶକ୍ତିକାନ୍ତ ଦାସ ଏହି ମେସିନକୁ ଲଞ୍ଚ କରିବାକୁ କହିଛନ୍ତି। ଏମିତିରେ ବୋଡିଂ ମେସିନ ଲଗାଇବା ପରେ ଏଟିଏମ କାର୍ଡ ସ୍ଥାନରେ କ୍ୟୁଆର କୋଡର ବ୍ୟବହାର କରାଯିବ। ଏହାପରେ ମେସିନରୁ କଏନ ବାହାରିବ। ଦେଶରେ ମୁଦ୍ରାର ଅଭାବ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଆରବିଆଇ ୧୨ ସହରରେ QR କୋଡ୍ କଏନ୍‌ ଭେଣ୍ଡିଂ ମେସିନ୍ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି। କୌଣସି ବି ବ୍ୟକ୍ତି ଏକ QR କୋଡ୍ ସ୍କାନ୍ କରି ଏବଂ UPI ମାଧ୍ୟମରେ ପେମେଣ୍ଟ କରି କଏନ୍‌ ଭେଣ୍ଡିଂ ମେସିନରୁ ମୁଦ୍ରା ବାହାର କରିପାରିବେ। ଆରବିଆଇ ଦେଶର ୧୨ଟି ସହରରେ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଲୋକମାନେ କଏନ୍‌ ଭେଣ୍ଡିଂ ମେସିନ୍‌ରୁ ଆବଶ୍ୟକ ମୁଦ୍ରା ବାହାର କରିପାରିବେ। ଏଥିପାଇଁ QR କୋଡ୍ ସ୍କାନ୍‌ କରିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନୂଆ ମୁଦ୍ରା ନୀତି ଘୋଷଣା କରି କହିଛନ୍ତି ଯେ ଖୁବ୍ ଜଲ୍‌ଦି ଆରବିଆଇ ଏଥିପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବ। ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ରୁହେ, ତା’ ହେଲେ ବ୍ୟାଙ୍କଗୁଡିକୁ ଏହି ପ୍ରକାରର ମେସିନ୍ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯିବ।

Leave A Reply

Your email address will not be published.