‘ଦୃଶ୍ୟମ୍‌ ୨’ର ନିର୍ଦ୍ଦେଶକ ଅଭିଷେକ ପାଠକ କଲେ ବିବାହ

ବଲିଉଡ୍‌ରେ ଏବେ ଚାଲିଛି ବିବାହ ଋତୁ। ଆଥିୟା ସେଟ୍ଟୀ ଓ କେଏଲ୍‌ ରାହୁଲଙ୍କ ପରେ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍‌ଭାନୀ ବିବାହ କରିଥିଲେ। ଆଉ ଏବେ ‘ଖୁଦା ହାଫିଜ୍‌’ ଅଭିନେତ୍ରୀ ଶିବାଲିକା ଓବରାୟ ଓ ‘ଦୃଶ୍ୟମ୍‌ ୨’ର ନିର୍ଦ୍ଦେଶକ ଅଭିଷେକ ପାଠ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଲଭିଂ କପଲ୍‌ ୯ ଫେବୃୟାରୀରେ ଗୋଆରେ ସାତ ଫେରା ନେଇଛନ୍ତି। ବର, କନ୍ୟା ଉଭୟେ ମନୀଷ ମଲହୋତ୍ରାଙ୍କ କଲେକ୍ସନରୁ େଓ୍ଵଡିଂ ଆଉଟ୍‌ଫିଟ୍‌ ପିନ୍ଧିଥିଲେ। ଶିବାଲିକା ଓ ଅଭିଷେକ ନିଜ ବିବାହର ସୁନ୍ଦର ଫଟୋଗୁଡ଼ିକୁ ଏବେ ଇନ୍‌ଷ୍ଟାଗ୍ରାମରେ ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି। ଶିବାଲିକା ଓବରାୟ ଓ ଅଭିଷେକ ପାଠକଙ୍କ େଓ୍ଵଡିଂ ମର୍ଡନ ଟଚ୍‌ ସହିତ ଟ୍ରାଡିସନାଲ୍‌ ଥିଲା। କପଲ୍‌ଙ୍କ ବିବାହରେ ସେମାନଙ୍କ ଘନିଷ୍ଠ ବନ୍ଧୁ, ପରିବାର ସଦସ୍ୟ ଏବଂ ଇଣ୍ଡଷ୍ଟ୍ରୀର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ।

Leave A Reply

Your email address will not be published.