କୃଷ୍ଣସାରଙ୍କ ଅଭୟ ବିଚରଣସ୍ଥଳ, ଜଗନ୍ନାଥପ୍ରସାଦ ବନାଞ୍ଚଳ

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ପରେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚଳ ସଂପ୍ରତି ବିରଳ କୃଷ୍ଣସାର ମୃଗଙ୍କ ଅଭୟ ବିଚରଣସ୍ଥଳ ପାଲଟିଛି। କେବଳ ଏତିକି ନୁହେଁ, ୨୦୧୫ରୁ ଆଜି ସୁଦ୍ଧା ତଥା ଗତ ୮ ବର୍ଷ ମଧ୍ୟରେ ମୃଗଙ୍କ ସଂଖ୍ୟା ବଢ଼ିଛି। ଯାହାକି ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବନ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ତନରଡ଼ା, ନୂଆଗାଁ, କେବିରି, ସୁତୁମୁସର, ଗୋଚ୍ଛାବାଡ଼ି, ନାରାୟଣପଲ୍ଲୀ, ଅଳସୁ ଏବଂ କମସରଗଡ଼ ଅଞ୍ଚଳରେ ବର୍ତ୍ତମାନ କୃଷ୍ଣସାର ମୃଗଙ୍କୁ ବହୁଳ ମାତ୍ରାରେ ଦେଖିବାକୁ ମିଳିଛି। ୨୦୧୩ରେ ତନରଡ଼ା ଅଞ୍ଚଳରେ ପ୍ରଥମ ଥର ପାଇଁ କୃଷ୍ଣସାରଙ୍କୁ ଦେଖିବାକୁ ମିଳିଥିଲା। ଧୀରେ ଧୀରେ ଅନ୍ୟାନ୍ୟ ଅଞ୍ଚଳକୁ କୃଷ୍ଣସାର ମୃଗ ସେମାନଙ୍କ ଆସ୍ଥାନ କରିଥିଲେ। ବର୍ତ୍ତମାନ କୃଷ୍ଣସାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବବା ସହ ଗେରେଡ଼ା ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳ ମଧ୍ୟ କୃଷ୍ଣସାରଙ୍କ ପ୍ରମୁଖ ବିଚରଣସ୍ଥଳ ପାଲଟିଛି।

Leave A Reply

Your email address will not be published.