ସକାଳୁ ସକାଳୁ ଥରିଲା ଭାରତ, ଉତ୍ତରାଖଣ୍ଡ ବାଗେଶ୍ୱରରେ ଭୂମିକମ୍ପ ଝଟକା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ବାଗେଶ୍ୱରରେ ସୋମବାର ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ୨.୫ ରହିଥିଲା । ସକାଳ ୪.୪୯ ମିନିଟରେ ଭୂମିକମ୍ପ ହୋଇଥିବା ଜଣାପଡିଛି । ଏହା ପୂର୍ବରୁ ରବିବାର ରାତିରେ ମଧ୍ୟପ୍ରଦେଶ ଏବଂ ଅରୁଣାଚଳ ପ୍ରଦେଶର କିଛି ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୩.୦ ଥିଲା । ଭୂମିକମ୍ପର କେନ୍ଦ୍ର ୧୦ କିମି ଭିତରେ ରହିଥିଲା । ତେବେ ଭୂମିକମ୍ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ । ଅରୁଣାଚଳ ପ୍ରଦେଶର ଭୂମିକମ୍ପ ତୀବ୍ରତା ୩.୮ ରହିଥିବା ବେଳେ ଇନ୍ଦୋରରେ ୩.୦ ତୀବ୍ରତା ଭୂମିକମ୍ପ ହୋଇଥିଲା । ସୂଚନା ମୁତାବକ, ଗତ କିଛିଦିନ ତଳେ ତୁର୍କୀ ଏବଂ ସିରିଆରେ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପରେ ସବୁକିଛି ନଷ୍ଟ ହୋଇଯାଇଥିଲା । ଦୁଇ ଦେଶରେ ଏପର୍ଯ୍ୟନ୍ତ ୪୬,୦୦୦ ହଜାର ଲୋକ ମରିସାରିଲେଣି । ପାଖାପାଖି ୩୦୦ ବିଲିଡିଂ ଧ୍ୱଂସ ହୋଇଛି । ଏପର୍ଯ୍ୟନ୍ତ ଅନେକ ନିଖୋଜ ରହିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଖବର ମିଳିଛି । ଫେବୃଆରୀ ୬ ତାରିଖରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏହା ପରେ ୧୨ ଘଣ୍ଟା ମଧ୍ୟରେ ୩ଥର ପାଇଁ ୨ ଦିନ ମଧ୍ୟରେ ୫ ଥର ଭୂମିକମ୍ପ ହୋଇଥିଲା ।  ତୁର୍କୀ-ସିରିଆରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ବିନାଶକାରୀ ଭୂମିକମ୍ପର ୬ ଦିନ ପରେ ମଧ୍ୟ ମାଟି ତଳୁ ଜଣେ ଗର୍ଭବତୀ ଏବଂ ଦୁଇ ପିଲାଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍ବୁଲ୍, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରପଦ ଅଞ୍ଚଳକୁ ଚାଲିଯାଉଛନ୍ତି । ପୂର୍ବରୁ ୧୯୯୯ରେ ତୁର୍କୀରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏଥିରେ ୧୭ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.