ନାବାଳିକା ଝିଅ ବାପାକୁ ଦେଲେ ନିଜର ଲିଭର

କେରଳ : ବାପା-ମାଆଙ୍କର ଭୂମିକା ଆମ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଗୋଟେ ସନ୍ତାନ ପାଇଁ ଉଭୟଙ୍କ ଉପସ୍ଥିତି ହିଁ ତା ପାଇଁ ସବୁକିଛି। ତେବେ ମା ଭଳି ବାପାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବାପା ଙ୍କ ବଳିଦାନ କୁ ସମ୍ମାନ ଦେଇ ପିଲା ସେ ସବୁ ଖୁସି ଦେବାକୁ ଉଚିତ୍ ଯାହା ପାଇଁ ବାପା ହକଦାର। ବାପା ମାଙ୍କୁ ଯେତେ ଖୁସି ଦେଲେ ବି ତାଙ୍କ ଋଣ ନା କେହି ସୁଝିଛି ନା କେହିସେ ଋଣ ସୁଝି ପାରିବ । ହେଲେ ଆଜିର ଏହି କାହାଣୀ ଜାଣିଲେ ଆପଣ ହୁଏତ କରିବେ ଜନ୍ମଦାତା ବାପାକୁ ନୂଅଆ ଜୀବନ ଦେଇ ଋଣ ଶୁଝିଦେଲା ଝିଅଟି। ବାପା ତାଙ୍କର ଖୁବ୍‌ ଅସୁସ୍ଥ । ନିହାତି ଜରୁରୀ ଥିଲା ଅପରେସନ୍‌ କରିବାର । ତାହା ପୁଣି ଲିଭର ଟ୍ରାନ୍ସପ୍ଲାଣ୍ଟ । ଯାହା ବ୍ୟବୟବହୁଳ ଥିଲା । ଏହା ସହିତ ଆଉ ଏକ ବିପଦ ମଧ୍ୟ ରହିଥିଲା ବାପାଙ୍କ ସହିତ । ତାଙ୍କର ରେୟାର ବ୍ଲଡ୍‌ ଗ୍ରୁପ୍‌ । ତେଣୁ ଡୋନର ମିଳୁ ନଥିଲେ । ଯିଏ ବି ଲିଭର ଦେବାକୁ ରାଜି ହେଲେ ଦାବି କଲେ ୪୦ରୁ ୫୦ ଲକ୍ଷ ଟଙ୍କା । ଯାହା ତାଙ୍କ ପକ୍ଷେ ଦେବା ସମ୍ଭବ ନଥିଲା । କେରଳର ତ୍ରିସୁରରେ ଗୋଟିଏ କାଫେ ଚଳାଉଥିବା ୪୮ ବର୍ଷ ବୟସ୍କ ପ୍ରତୀଶଙ୍କର ଇଏ ହେଉଛି କାହାଣୀ । ଯାହାଙ୍କ ପାଇଁ ତାଙ୍କ ଝିଅ ଲିଭର ଦାନ କରି ଦେଶରେ ଇତିହାସ ସୃଷ୍ଟି କରିଛନ୍ତି । ବାପାଙ୍କ ଏ ଅବସ୍ଥା ଦେଖି ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଝିଅ ଦେବାନନ୍ଦା ବିଚଳିତ ହୋଇ ପଡ଼ିଲା । ସେ ନିଜ ବାପା ପ୍ରତୀଶଙ୍କୁ ନିଜ ଲିଭର ବା ଯକୃତର ଏକ ଅଂଶ ଦେବାକୁ ନିଷ୍ପତ୍ତି ନେଲା । ହେଲେ ଭାରତରେ ନାବାଳକ କିମ୍ବା ନାବାଳିକା ଅଙ୍ଗଦାନ କରି ପାରିବେ ନାହିଁ ବୋଲି ନିୟମ ରହିଛି । ତେଣୁ ଦେବାନନ୍ଦା ଏହାକୁ ନେଇ କେରଳ ହାଇକୋର୍ଟରେ ଏକ ଆବେଦନ କଲେ । ଆଉ କୋର୍ଟ ତାଙ୍କୁ ଅନୁମତି ଦେଲେ ନିଜ ବାପାଙ୍କୁ ଲିଭର ଦେବା ପାଇଁ । ଗତ ଡିସେମ୍ବର ମାସରେ ତାକୁ ଅନୁମତି ଦେଲେ କୋର୍ଟ । ଯାହାଥିଲା ଏକ ଐତିହାସିକ ରାୟ । ହେଲେ ଏଥିଲାଗି ଆହୁରି କିଛି କରିବାର ଥିଲା ଝିଅ ଦେବାନନ୍ଦାକୁ । ନିଜର ଲିଭର ଯେମିତି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ବାପାଙ୍କୁ ଦେବା ପାଇଁ ଉଚିତ ସ୍ଥିତିରେ ରହିଥିବ ସେଥିଲାଗି ସେ ଜିମ୍‌ ରେ ଯୋଗ ଦେଇ କଠିନ ବ୍ୟାୟାମ କଲେ । ଆଉ ଗତ ଫେବ୍ରୁଆରୀ ୯ ତାରିଖ ଦିନ ତାଙ୍କ ଲିଭର ତାଙ୍କ ବାପାଙ୍କ ଠାରେ ପ୍ରତିରୋପଣ ହେଲା । ଅପରେସନ୍‌ ପରେ ତାକୁ ଗୋଟିଏ ସପ୍ତାହ ପାଇଁ ଡାକ୍ତରଖାନାରେ ରହିବାକୁ ପଡ଼ିଲା । ଆଉ ଫେରିବା ପରେ ସେ ବହୁତ ଖୁସି ଥିବା କହିଛନ୍ତି । କାରଣ ନିଜ ଅଙ୍ଗଦାନ ଯୋଗୁଁ ବାପାଙ୍କ ଜୀବନ ସେ ବଞ୍ଚାଇ ପାରିଛନ୍ତି । ସତରେ ମାନିବାକୁ ହେବ ଏମିତି ଝିଅକୁ। କୋଟିଏରେ ଗୋଟିଏ।

Leave A Reply

Your email address will not be published.