ଯଦି ବେପାର କଥା ଚିନ୍ତା କରିଥାନ୍ତି ତ ଏଲନ ମସ୍କଙ୍କ ଠାରୁ ବଡ଼ ଧନୀ ହୋଇଥାନ୍ତି 

ଲକ୍ଷ୍ନୌ : ଯୋଗଗୁରୁ ବାବା ରାମଦେବ ନିକଟରେ ସାହିତ୍ୟ ଆଜତକ ମଞ୍ଚରେ ଯୋଗ ଦେଇ କହିଛନ୍ତି, ‘ଯଦି ଦେଶ କଥା ଚିନ୍ତା ନକରି ଖାଲି ବେପାର କଥା ଚିନ୍ତା କରିଥାନ୍ତି,ଆଜି ଏଲନ ମସ୍କଙ୍କ ଠାରୁ ମଧ୍ୟ ବଡ଼ ଧନୀ ହୋଇଥାନ୍ତି । ବାବା ରାମଦେବ କହିଥିଲେ ‘ଯେଉଁ ଜ୍ଞାନ ମୋତେ ବେଦ, ପୁରାଣ, ରାମାୟଣ, ମହାଭାରତ, ଭଗବତ୍‌ ଗୀତା ଓ ର୍ପୂବ ପୁରୁଷଙ୍କ ଠାରୁ ମିଳିଛି, ତାହା ଉପରେ ମୁଁ ଗବେଷଣା କରିଛି ଓ ତାକୁ ଦେଶବାସୀଙ୍କ କାମରେ ଲଗାଇଛି । ଯଦି ଏହି ଜ୍ଞାନକୁ ମୁଁ ପେଟେଣ୍ଟ କରିଥାନ୍ତି କିମ୍ବା ଏଥିରେ ବେପାର କରିଥାନ୍ତି ତ ଏଲନ ମସ୍କଙ୍କ ଠାରୁ ମଧ୍ୟ ବଡ଼ ଧନୀ ହୋଇଥାନ୍ତି । ବାବା ତାଙ୍କର ପଛ କଥାକ ମନେ ପକାଇ କହିଥଲେ, ‘ଥରେ ମୁଁ କହିଥିଲି ବାବା ରାମଦେବଙ୍କ ଟାଇମ ଟାଟ, ବିର୍ଲା,ଅଦାନୀ,ଜୁକରବର୍ଗ, ଏଲନ ମସ୍କ, ଓ୍ଵାରେନ ବଫେଟ ଓ ବିଲ୍‌ ଗେଟ୍ସଙ୍କ ଠାରୁ ମହତ୍ୱପୂର୍ଣ୍ଣ ଅଟେ । ’ ସେମାନେ ନିଜ ପାଇଁ ବଂଚିଥାନ୍ତି, ହେଲେ ସନ୍ନ୍ୟାସୀ ସମସ୍ତଙ୍କ ପାଇଁ ବଂଚିଥାନ୍ତି । ତେଣୁ ତାଙ୍କର ଶକ୍ତି, ଜ୍ଞାନ ଓ ସମୟ ସମସ୍ତଙ୍କ କଲ୍ୟାଣ ପାଇଁ ହୋଇଥାଏ । ’

Leave A Reply

Your email address will not be published.