ଅପହରଣ କରି ବିବାହ କରିବା ଅପରାଧ ନୁହେଁ, ଏହା ପୁରାଣ କାଳରୁ ଚାଲି ଆସୁଛି

ପଞ୍ଜାବ: ଯୁବତୀଙ୍କୁ ଅପହରଣ କରି ବିବାହ କରିବା ସମ୍ପର୍କିତ ଏକ ମାମଲାକୁ ଖାରଜ କରି ପଞ୍ଜାବ-ହରିୟାଣା ହାଇକୋର୍ଟ କହିଛନ୍ତି ଯେ ‘‘ ସ୍ୱୟମ୍ବର ବା ନିଜ ଇଚ୍ଛାରେ ବିବାହ କରିବା ଆଧୁନିକ ଘଟଣା ନୁହେଁ, ଏହା ପୁରାଣ କାଳରୁ ଚାଲିଆସୁଛି । ଏହାର ଦୃଷ୍ଟାନ୍ତ ଇତିହାସ ଓ ରାମାୟଣ, ମହାଭାରତ ଭଳି ଧାର୍ମିକ ଗ୍ରନ୍ଥରେ ମଧ୍ୟ ଦେଖାଯାଇଛି । ତେଣୁ ଏହା କୌଣସି ଅପରାଧ ନୁହେଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି । ଆବେଦନକାରୀଙ୍କ ପ୍ରସ୍ତାବକୁ ବିଚାର କରି ଜଷ୍ଟିସ ଜଗମୋହନ ବଂଶଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି, ଘରୁ ପଳାଇ ଯାଇ ବିବାହ କରିବା ଅପରାଧ ନୁହେଁ । ଏହି ପରମ୍ପରା ଭାରତୀୟ ସଂସ୍କୃତିରେ ରହି ଆସିଛି । ତେଣୁ  ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିବାହ କୌଣସି ‘କଣ୍ଟ୍ରାକ୍ଟ କିମ୍ବା କମ୍ପରମାଇଜ’ ନୁହେଁ । ଏହା ଦୁଇଟି ପରିବାରର ଏକ ଆଦର୍ଶ ବନ୍ଧନ । ଏହା ଦୁଇ ବିପରୀତ ଲିଙ୍ଗଙ୍କ ଶାରିରୀକ ମିଳନ ନୁହେଁ , ଏହା ସମାଜର ଏକ ପବିତ୍ର ଅନୁଷ୍ଠାନ ଯେଉଁଠି ଦୁଇଟି ପରିବାର ଏକ ହୋଇ ଯାଇଥାନ୍ତି । କାରଣ ବିନା ବିବାହରେ ଏକ ଦମ୍ପତିଙ୍କ ସନ୍ତାନ ଜନ୍ମ ହେଲେ ଏହା ସାମାଜିକ ସ୍ୱୀକୃତି ପାଇ ନଥାଏ । ଯେଉଁଠି ବିବାହିତ ଦମ୍ପତିଙ୍କ ସନ୍ତାନ ସାମାଜିକ ସ୍ୱୀକୃତି ପାଇଥାଏ । ହାଇକୋର୍ଟ ଆହୁରି କହିଥିଲେ ଯେ ‘ସ୍ୱୟମ୍ବର’ ବା ନିଜ ଇଚ୍ଛାରେ ବିବାହ ଆଧୁନିକ ଘଟଣା ନୁହେଁ ଏହା ରାମାୟଣ, ମହାଭାରତ ଭଳି ପୁରାତନ କାଳରେ ମଧ୍ୟ ଦେଖାଯାଇଛି । ଆମର ସମ୍ବିଧାନ ଧାରା ୨୧ ଅନୁଯାୟୀ ଏହି ମାନବିକ ନ୍ୟାୟକୁ ମୌଳିକ ଅଧିକାର ଦିଆଯାଇଛି । ଜଷ୍ଟିସ ବଂଶଲ ଆହୁରି କହିଥିଲେ ଯେ ଆଇନର ଲକ୍ଷ୍ୟ ହେଲା ପ୍ରତ୍ୟେକ ବ୍ୟକ୍ତିର ଜୀବନ ଓ ସ୍ୱାଧୀନତାକୁ ରକ୍ଷା କରିବା । କୌଣସି ଗଢ଼ା ହୋଇଥିବା ପରିବାରକୁ ଭାଙ୍ଗିବା ଆଇନର ଲକ୍ଷ୍ୟ ନୁହେଁ । ଜଣେ ବ୍ୟକ୍ତି ଅପରାଧ କଲେ ଦଣ୍ଡିତ ହୁଏ, ହେଲେ ତା’ର କାର୍ଯ୍ୟ କାହାକୁ ଭଲ ନଲାଗିଲା ବୋଲି ସେ ଦଣ୍ଡ ପାଇବା ଉଚିତ୍‌ ନୁହେଁ 

Leave A Reply

Your email address will not be published.