ବୁଲା କୁକୁର ସହ ଦୁଷ୍କର୍ମ କରୁଥିବାର ଦୃଶ୍ୟ ଭାଇରାଲ

ନୂଆଦିଲ୍ଲୀ : ଅମାନବୀୟତାର ସମସ୍ତ ସୀମା ପାର କରିଦେଇଛି ଏହି ଭିଡିଓ । ଯେକେହି ଦେଖିଲେ ଘୃଣାରେ ନାକ ନ ଟେକି ରହି ପାରିବେ ନାହିଁ । ଦିଲ୍ଲୀର ହରିନଗର ଅଂଚଳରେ ଘଟିଛି ଏପରି ଏକ ଘଟଣା । ଜଣେ ବ୍ୟକ୍ତି ଏକ ବୁଲା କୁକୁର ସହ ଦୁଷ୍କର୍ମ କରୁଥିବାର ଦୃଶ୍ୟ କଏଦ ହୋଇଛି ସସିଟିଭି କ୍ୟାମେରାରେ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ପଶୁପ୍ରେମୀ ଓ ପଶୁକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ସେୟାର ହେବା ପରେ ୟୁଜର୍ସମାନଙ୍କ ଠାରୁ ବିଭିନ୍ନ ପ୍ରତିକ୍ରିୟା ମିଳିବାକୁ ଲାଗିଛି । କେହି କେହି ପଶୁ ଉପରେ ଅତ୍ୟାଚାର କହୁଥିବା ବେଳେ କେହି ଏହାକୁ ଏକ ଘୃଣ୍ୟ କାର୍ଯ୍ୟ ବୋଲି କହିଛନ୍ତି । ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଦିଲ୍ଲୀ ପୋଲିସକୁ ସମାଲୋଚନା କରିଛନ୍ତି ପଶୁପ୍ରେମୀ ଓ ସୋସିଆଲ ମିଡିଆ ୟୁଜର୍ସମାନେ । ସୋସିଆଲ ମିଡିଆରେ ପୋଲିସକୁ ଆକ୍ଷେପ କରାଯିବା ପରେ ଏହାକୁ ଅପରାଧ ଭାବେ ଦିଲ୍ଲୀ ପୋଲିସ ଗ୍ରହଣ କରିଛି । ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.