କଂଗ୍ରେସର ଭାରତ ଯୋଡ଼ୋ ପାର୍ଟ-ଟୁ ପ୍ଲାନ

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରାର ନୂଆ ସଂସ୍କାରଣ । ଆଉ ଏକ ପଦଯାତ୍ରା ପାଇଁ ଯୋଜନା କରୁଛି କଂଗ୍ରେସ । ଏଥର କ୍ରସ-କଣ୍ଟ୍ରି ପଦଯାତ୍ରା। ପୂର୍ବରୁ ପଶ୍ଚିମକୁ। ରାୟପୁରରେ ଶେଷ ହୋଇଥିବା କଂଗ୍ରେସର ୩ ଦିନିଆ ମହାଧିବେଶନରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ଅଭୁତପୂର୍ବ ସମର୍ଥନ ମିଳିଛି। ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରାର ଗତିକୁ ଧରି ରଖିବା ପାଇଁ କଂଗ୍ରେସ ଯୋଜନା କରୁଛି। ରାୟପୁର ଅଧିବେଶନରେ ଏ ନେଇ ଦଳକୁ ସବୁଜ ସଂକେତ ଦେଇଛନ୍ତି ରାହୁଲ । ରାହୁଲ କହିଛନ୍ତି କଂଗ୍ରେସ ହେଉଛି ତ୍ୟାଗର ଦଳ । ତ୍ୟାଗ ଓ କାର୍ଯ୍ୟ ଜାରି ରହିବ। ଆମ ଝାଳ ଆଉ ରକ୍ତକୁ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ । ପୂରା ଦେଶ ଆମ ସହ ରହିଛି । ଏଥିସହ ରାହୁଲ କହିଛନ୍ତି ୫୨ ବର୍ଷ ପରେ ବି ତାଙ୍କର ଘର ନାହିଁ । କାଶ୍ମୀରରେ ପହଞ୍ଚିବା ପରେ ନିଜ ଘରେ ପହଞ୍ଚିବା ଭଳି ତାଙ୍କୁ ଲାଗିଥିଲା। ପ୍ରିୟଙ୍କା କହିଛନ୍ତି ୨୦୨୪ ନିର୍ବାଚନକୁ ଆଉ ବର୍ଷେ ରହିଲା। ବିଜେପିର ବିଚାରଧାରାକୁ ବିରୋଧ କରୁଥିବା ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ନିର୍ବାଚନ ଲଢ଼ନ୍ତୁ। ବିଜେପି ବିରୋଧରେ ଲଢ଼ିବା ପାଇଁ ଆମର ସାହସ ଅଛି। ଏହି ସାହସ ଦେଖାଇବାର ସମୟ ଉପନିତ ହୋଇଛି ବୋଲି ପ୍ରିୟଙ୍କା କହିଛନ୍ତି ।

Leave A Reply

Your email address will not be published.