ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ପିକଅପ୍ ଭ୍ୟାନ- ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ନୟାଗଡ : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ହରିଡାବାଡି ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି ମୃତ ବ୍ୟକ୍ତି ଜଣକ ହେଲେ ଖମାରସାହି ଗାଁର ପ୍ରଶନ୍ନ ପାତ୍ର।ସୂଚନା ଅନୁସାରେ ପ୍ରଶନ୍ନ ବାଇକ ନମ୍ବର ଓଡି ୨୫ ଏଲ୍ ୧୧୯୯ ଯୋଗେଁ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ପିକପ୍ ଭ୍ୟାନ ଭାରସାମ୍ୟ ହରାଇ ପ୍ରସନ୍ନଙ୍କୁ ଧକ୍କା ଦେଇଥିଲ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା,ଭୟଙ୍କର ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ପିକଭ୍ୟାନ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିଲେ। ବାଇକ ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ତୁରନ୍ତ ଖବର ପାଇ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଂଚି ଶବକୁ ଜବତ କରିବା ସହିତ ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଦଶପଲ୍ଲା ପୋଲିସ ଅଭିଯୁକ୍ତ ପିକପ ଭ୍ୟାନ ଡ୍ରାଇଭକୁ ଧରିବା ପାଇଁ ତଦନ୍ତ ଚଲାଇଛି ।

Leave A Reply

Your email address will not be published.