ବିଦ୍ୟୁତ ସରୋବରାହ ତ୍ରୁଟି : ଆଜିଠୁ ୩ ଦିନ ପର୍ଯ୍ୟନ୍ତ କୋରାପୁଟରୁ ଜଗଦଲପୁର ମଧ୍ୟରେ ରେଳ ଚଳାଚଳ ବନ୍ଦ

କୋରାପୁଟ : ଆଜିଠୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ କୋରାପୁଟରୁ ଜଗଦଲପୁର ମଧ୍ୟରେ ରେଳ ଚଳାଚଳ ବାତିଲ । ମାଳିଗୁଡା ଓ ଛତ୍ରିପୁଟ ମଧ୍ୟରେ ବିଦ୍ୟୁତ ସରୋବରାହ ତ୍ରୁଟି ଯୋଗୁଁ ରେଲ ପଥରେ ରେଳ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି । ଏନେଇ ରେଳ ବିଭାଗ ଯାତ୍ରୀବାହୀ ଓ ବାଣିଜ୍ୟ ମୁଖ୍ୟ ପ୍ରବନ୍ଧକ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ବିଶାଖାପାଟଣାରୁ କିରୁଣ୍ଡୁଲ ଏକ୍ସପ୍ରେସ ଟ୍ରେନ ୨୮ ତାରିଖରେ ଓ କିରୁଣ୍ଡୁଲରୁ ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନ ୧ ତାରିଖରେ ବାତିଲ କରାଯାଇଛି । ଅନ୍ୟ ସମସ୍ତ ରେଳ ଜୟପୁର ଓ ଜଗଦଲପୁର ନଯାଇ କୋରାପୁଟରୁ ଚଳାଚଳ କରିବ । କୋରାପୁଟରୁ ରାଉରକେଲା, କୋରାପୁଟରୁ ହାୱଡା ସମଲେଶ୍ବର, କୋରାପୁଟ ରୁ ଭୁବନେଶ୍ବର ହୀରାଖଣ୍ଡ ଟ୍ରେନ ଚଳା ଚଳ କରିବ । ଯୁଦ୍ଧ କାଳିନ ଭିତ୍ତିରେ ସଜାଡିବାକୁ ବିଶାଖାପାଟଣା DRM ଅନୁପ ସତପଥିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.